www.samajalive.in
Friday, December 12, 2025
16.1 C
Bhubaneswar

ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅବସର ; ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋବ୍‌ଡେ

ନୂଆଦିଲ୍ଲୀ : ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ରବିବାର ଅବସର ଗ୍ରହଣ କରିଛନ୍ତି। ଶୁକ୍ରବାର ଥିଲା ତାଙ୍କର ଅନ୍ତିମ କାର୍ଯ୍ୟ ଦିବସ। ଶେଷ କାର୍ଯ୍ୟ ଦିବସରେ ଅନ୍ତିମଥର ପାଇଁ କୋର୍ଟ ନମ୍ବର ୧ରେ ବସି ଜଷ୍ଟିସ୍‌ ଗୋଗୋଇ ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଅନ୍ତିମ ଦିନରେ ଶେଷଥର ପାଇଁ ଭିଡିଓ କନଫରେନସିଂ ଜରିଆରେ ଦେଶର ୬୫୦ ହାଇକୋର୍ଟ ବିଚାରପତି ଓ ୧୫ ହଜାର ଜୁଡିସିଆଲ ଅଧିକାରୀଙ୍କୁ ନିଜର ବାର୍ତ୍ତା ଦେଇଥିଲେ। ଗତବର୍ଷ ଅକ୍ଟୋବର ୩ରେ ଜଷ୍ଟିସ୍ ଗୋଗୋଇ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଅଯୋଧ୍ୟା ରାୟ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ଆରଟିଆ ପରିସର ଭୁକ୍ତ ହେବା, ରାଫେଲ ଦୁର୍ନୀତି ଆଦି ବଡ଼ ବଡ଼ ପ୍ରସଙ୍ଗରେ ରାୟ ଶୁଣାଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ।

ସେହିପରି ସୋମବାର ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ପାଖାପାଖି ବର୍ଷେ ୫ ମାସ ତାଙ୍କ କାର୍ଯ୍ୟକାଳ ରହିବ। ୨୦୧୩ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ଜଷ୍ଟିସ ବୋବଡେ ୨୦୨୧ ଏପ୍ରିଲ୍‌ ୨୩ରେ ଅବସର ଗ୍ରହଣ କରିବେ। ୧୯୭୮ରେ ବୋବଡେ ବାର୍‌ କାଉନସିଲରେ ଯୋଗଦେଇଥିଲେ। ୨୦୦୦ ମସିହାରେ ସେ ମୁମ୍ବାଇ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ। ୨୪ ଏପ୍ରିଲ, ୧୯୫୬ ଜଷ୍ଟିସ୍ ବୋବଡେ ନାଗପୁରରେ ଜନ୍ମ ଗ୍ରହଣ କରିଥିଲେ।
ଆଜି ଶପଥ ନେବେ…

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories