www.samajalive.in
Thursday, December 11, 2025
15.1 C
Bhubaneswar

ଆଜିଠୁ ସଂସଦର ଶୀତ ଅଧିବେଶନ ; ବିଜେଡି ଉଠାଇବ ମହିଳା ସଂରକ୍ଷଣ, ବ୍ୟାଙ୍କିଂ, ଟେଲିଯୋଗାଯୋଗ, ରାଜପଥ ସମ୍ପ୍ରସାରଣ ପ୍ରସଙ୍ଗ

ଭୁବନେଶ୍ୱର :  ସୋମବାର ଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେଉଛି। କେନ୍ଦ୍ରରେ ବିଜେପି ନେତୃତ୍ବରେ ଚାଲିଥିବା ଏନଡ଼ିଏ ସରକାର ସହିତ ନିର୍ବାଚନ ପରବର୍ତ୍ତୀ କାଳରେ ଭଲ ସମ୍ପର୍କ ରଖିଥିବା ବିଜୁ ଜନତା ଦଳ ଏଥର ପାର୍ଲାମେଣ୍ଟରେ ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ଉପରେ ଚାପ ପକାଇ ଦାବି ପୂରଣ ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି।
ମାଓପ୍ରଭାବିତ ଅଞ୍ଚଳଠୁ ଆରମ୍ଭ କରି ଉପାନ୍ତ ପର୍ଯ୍ୟନ୍ତ ରାଜ୍ୟରେ ବହୁ ଦୁର୍ଗମ ସ୍ଥାନକୁ ବ୍ୟାଙ୍କ ଓ ଟେଲଫୋନ ସେବା ନାହିଁ। ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ବ୍ୟାଙ୍କିଂ ଓ ଟେଲିଯୋଗାଯୋଗ ବ୍ୟବସ୍ଥାକୁ କିପରି ଅଧିକ ବ୍ୟାପକ କରାଯିବ
ତା’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି। ଏଥର ଏହି ପ୍ରସଙ୍ଗ ଉଠାଇବ ବିଜେଡି। ରାଜ୍ୟର ୪୯୦୦ ପଞ୍ଚାୟତରେ ବ୍ୟାଙ୍କ ସେବା ଉପଲବ୍ଧ ନାହିଁ। ମାଓବାଦୀମାନେ ଅଧିକାଂଶ ସ୍ଥାନରେ ଟାୱାର ନଷ୍ଟକରି ଉଡ଼ାଇଦେବା ଫଳରେ ଟେଲିଫୋନ ନେଟୱାର୍କ ଅଚଳ ହୋଇପଡ଼ିଛି। ସଂସଦରେ ବିଜେଡ଼ି ସଭ୍ୟମାନେ ଏସବୁ ପ୍ରସଙ୍ଗକୁ ଅଗ୍ରାଧିକାର ଭିତ୍ତିରେ ଉଠାଇବା ସହିତ ଓଡ଼ିଶାରେ ଜାତୀୟ ରାଜପଥର ସମ୍ପ୍ରସାରଣ ଉପରେ ଦାବି ରଖିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।
ମହିଳାଙ୍କ ପାଇଁ ୩୩ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ବିଜେଡ଼ି ଦୀର୍ଘ ଦିନ ହେଲା ଦାବି କରି ଆସୁଥିବାବେଳେ ବିଧାନସଭାରେ ଏଥିନେଇ ସଂକଳ୍ପ ପାରିତ ହୋଇଛି। ଏଥର ସାଧାରଣ ନିର୍ବାଚନରେ ବିଜେଡ଼ି ପ୍ରାୟ ଅଧିକାଂଶ ଲୋକସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଏସବୁକୁ ଦୃଷ୍ଟିରେ ରଖି ଏଥର ସଂସଦରେ ମହିଳା ସଂରକ୍ଷଣ ବିଲ୍ ପ୍ରଚଳନ ଉପରେ ଦଳ ପକ୍ଷରୁ ଦାବି କରାଯିବ ବୋଲି ବିଜେଡ଼ି ମୁଖପାତ୍ର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।
ପୂର୍ବରୁ କେନ୍ଦ୍ର ଦ୍ବାରା ଚିହ୍ନିତ ୧୭ଟି ପ୍ରସିଦ୍ଧ ଐତିହ୍ୟଭରା ପର୍ଯ୍ୟଟନ ସ୍ଥଳୀ ଭିତରେ ଓଡ଼ିଶାର ନାମ ନ ଥିବାବେଳେ ଏଥିରେ ଓଡ଼ିଶାର ଅନ୍ତତଃ ଦୁଇଟି ପର୍ଯ୍ୟଟନସ୍ଥଳୀକୁ ସ୍ଥାନିତ କରିବା, ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ଆନ୍ତର୍ଜାତିକ ବିମାନ ଉଡ଼ାଣ ବ୍ୟବସ୍ଥା, ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ଦିଗରେ ମଧ୍ୟ ଦଳ ପକ୍ଷରୁ ସଂସଦରେ ଦାବି ଉପସ୍ଥାପନ କରାଯିବ।
ଏଥିସହିତ ଜିଲା ଖଣିଜ ପାଣ୍ଠି ଉପରୁ ଆୟକର ଛାଡ଼, ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଏବଂ ଗୋଦାବରୀ ଜଳ ବିବାଦ ଟ୍ରାଇବୁନାଲ ରାୟ ଆଧାରରେ ଡ଼ିଜାଇନ ବଦଳାଇବା, ସିବିଏସଇ ଫି ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କରିବା ଉପରେ ଦଳ ଦାବି ଉଠାଇବ।
ଓଡ଼ିଶା ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡ଼ିଏସ)ରେ ରିଆତି ବାବଦକୁ କେନ୍ଦ୍ର ଉପରେ ଥିବା ବକେୟା ପ୍ରଦାନ କରିବାକୁ ଦଳ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବ। କେନ୍ଦ୍ର ଉପରେ ୨୦୧୭-୧୮ ବର୍ଷରେ ୨୧୨୩କୋଟି ଏବଂ ୨୦୧୮ ସେପ୍ଟେମ୍ବର ସୁଦ୍ଧା ୧୩୪୫କୋଟି ବକେୟା ପଡ଼ିରହିଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨କୋଟି ଟଙ୍କାର ଆପଦକାଳୀନ ପାଣ୍ଠି ଏବଂ ପ୍ରଥମ କିସ୍ତି ବାବଦରେ ୮୧୮କୋଟି କେନ୍ଦ୍ର ଉପରେ ବକୟା ପଡ଼ିଥିବାବେଳେ କେନ୍ଦ୍ର ତୁରନ୍ତ ଏହାକୁ ଓଡ଼ିଶାକୁ ଯେପରି ହସ୍ତାନ୍ତର କରିବ ସେ ଦିଗରେ ମଧ୍ୟ ଦଳ ପକ୍ଷରୁ ଦାବି କରାଯିବ। ଏହି ଯୋଜନାରେ ଫଣି ପ୍ରଭାବିତ ଓ ଅନ୍ୟାନ୍ୟ ଜିଲାର ହିତାଧିକାରୀଙ୍କୁ ସାମିଲ କରିବା ସହିତ ଚିହ୍ନଟ ଓ ଜିଓ ଟ୍ୟାଗିଂ ବିଷୟ ଆଦି ଆଲୋଚନା ପରିସରକୁ ଅଣାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories