ମଧୁସେତୁ ଆଲୋକୀକରଣ ଦାବିରେ ଲଣ୍ଠନ ଶୋଭାଯାତ୍ରା

ଚୌଦ୍ୱାର:ମହାନଦୀ ଉପରେ ଚୌଦ୍ୱାର ପଟୁ ନୂଆପାଟଣାରୁ କଟକକୁ ସଂଯୋଗ କରୁଥିବା ମଧୁସୁଦନ ସେତୁରେ ଆଲୋକ ବ୍ୟବସ୍ଥା କରିବା ପାଇଁ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଦୃଢ଼ ଦାବି କରାଯାଇଛି। ଆଖପାଖ ପାଞ୍ଚଟି ପଞ୍ଚାୟତକୁ ନେଇ ଗଠିତ ଏହି ସଂଗଠନର ସଭାପତି ରଶ୍ମିରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ହାତରେ ଜଳୁଥିବା ଲଣ୍ଠନ ଧରି ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରିବା ସହିତ ନୂଆ ପାଟଣା ନିକଟରେ ମଧୁସେତୁ ଉପରେ ଧାରଣାରେ ବସିଥିଲେ । ଧାରଣାକାରୀମାନେ ଅଭିଯୋଗ କରିଛନ୍ତି ଯେ ସେତୁରେ ଆଲୋକ ବ୍ୟବସ୍ଥା ନଥିବାରୁ ବ୍ୟସ୍ତ ବହୁଳ ଉକ୍ତ ରାସ୍ତାରେ ରାତିରେ ନାନା ଅସାମାଜିକ କାର୍ଯ୍ୟକଳାପ ଚାଲିଥିବା ଏବଂ ଚୋରି, ଡକାୟତି, ରାହାଜାନୀ ଆଦି ଘଟଣା ଘଟୁଥିବାରୁ ଜନ ସାଧାରଣ ଉକ୍ତ ରାସ୍ତାରେ ଯାତାୟତ ପାଇଁ ଭୟ କରୁଛନ୍ତି । ଅନେକ ସମୟରେ ଆସାମାଜିକ ବ୍ୟକ୍ତିଙ୍କ ଆକ୍ରମଣର ଶୀକାର ହୋଇ ବହୁ ଲୋକ ମୃତାହାତ ହେଉଛନ୍ତି। ଏହି ରାସ୍ତାରେ ଯାତାୟତ କରୁଥିବାଲୋକ ଏବଂ ଆଖପାଖ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ସେତୁରେ ତୁରନ୍ତ ଆଲେକ ବ୍ୟବସ୍ଥା କରିବା ସହିତ ସେତୁର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପରିଷଦ ତରଫରୁ ପ୍ରଶାସନ ନିକଟରେ ଦାବି କରାଯାଇଛି । ଏସମ୍ପର୍କିତ ଏକ ଦାବିପତ୍ର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସ୍ଥାନୀୟ ବିଧାୟକ ସୌଭିକ୍ ବିଶ୍ୱାଳ, କଟକ ଜିଲାପାଳ, ଡିସିପି ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି ।

kalyan agarbati

Comments are closed.