www.samajalive.in
Sunday, December 7, 2025
14.1 C
Bhubaneswar

ପନ୍ନୁନ୍‌କୁ ହତ୍ୟା ଉଦ୍ୟମ ମାମଲାରେ ପୂର୍ବତନ ର’ ଅଧିକାରୀଙ୍କ ବିରୋଧରେ ଅଭିଯୋଗଫର୍ଦ

ୱାଶିଂଟନ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍‌ୱନ୍ତ ସିଂହ ପନ୍ନୁନ୍‌କୁ ହତ୍ୟା ଉଦ୍ୟମ କରାଯାଇଥିବା ମାମଲାରେ ଆମେରିକାର ନ୍ୟାୟିକ ବିଭାଗ ପକ୍ଷରୁ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ର ପୂର୍ବତନ ଅଧିକାରୀ ବିକାଶ ଯାଦବଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ କରାଯାଇଥିବା ଜଣାପଡିଛି। ଆମେରିକାରେ ବାସ କରୁଥିବା ପନ୍ନୁନ୍‌କୁ ହତ୍ୟା କରିବାକୁ ବିକାଶ ଷଡଯନ୍ତ୍ର କରିଥିବା ଆମେରିକା ଅଭିଯୋଗ କରିବା ସହ ବିକାଶଙ୍କୁ ‘ସିସି୧’ ଭାବେ ଉପସ୍ଥାପନ କରାଯାଇଛି। ତେବେ ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି। ବିକାଶ ଭାରତ ସରକାରଙ୍କ ଅଧୀନରେ ଚାକିରି କରୁ ନ ଥିବାରୁ ତାଙ୍କ ସଂପୃକ୍ତି ସ୍ବୀକାରଯୋଗ୍ୟ ନୁହେଁ ବୋଲି ଭାରତ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ଅପରପକ୍ଷରେ ଏହି ଘଟଣାରେ ନିଖିଲ ଗୁପ୍ତା ଓ ଅନ୍ୟ ଜଣେ ଭାରତୀୟ ଅଧିକାରୀ ସଂପୃକ୍ତ ଅଛନ୍ତିି ବୋଲି ଆମେରିକା ଯେଉଁ ପ୍ରମାଣ ଦେଉଛି, ତାହା ସମୀକ୍ଷା କରିବାକୁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ସଂପ୍ରତି ଆମେରିକା ଗସ୍ତରେ ଯାଇଥିବା ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ସୂଚନା ଦେଇଛନ୍ତି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories