www.samajalive.in
Sunday, December 14, 2025
26.1 C
Bhubaneswar

ବର୍ଷା ଆଶଙ୍କା ଯୋଗୁଁ ଖେଳ ନିୟମ ବଦଳିଲା

ମେଲ୍‌ବୋର୍ଣ୍ଣ : ରବିବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ୍‌ରେ ବର୍ଷା ଆଶଙ୍କା ରହିଛି। ଏହାକୁ ନଜରରେ ରଖି ଆୟୋଜକ ମ୍ୟାଚ୍‌ର ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ସୋମବାର ଫାଇନାଲ ପାଇଁ ଅତିରିକ୍ତ ଦିନର ବ୍ୟବସ୍ଥା ମଧ୍ୟ ରହିଛି। ଉକ୍ତ ଦିନ ମଧ୍ୟ ବର୍ଷାହେବାର ପୂର୍ବାନୁମାନ କରାଯାଇଛି। ମ୍ୟାଚ୍‌ର ଫଇସଲା ପାଇଁ ଉଭୟ ଦଳ ୨ ଦିନରେ ଅତିକମ୍‌ରେ ୧୦ ଓଭର ଖେଳିବାକୁ ହେବ। ଯଦି ଉଭୟ ଦଳ ୧୦ ଓଭର ଖେଳି ନପାରନ୍ତି କିମ୍ବା ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହୁଏ; ତେବେ ଇଂଲଣ୍ଡ ଓ ପାକିସ୍ତାନ ଯୁଗ୍ମବିଜେତା ଘୋଷିତ ହେବେ। ଆୟୋଜକଙ୍କ ସୂତ୍ରୁରୁ ପ୍ରକାଶ ଯେ ରବିବାର ହିଁ ଫାଇନାଲର ସମାପ୍ତି ପାଇଁ ସମସ୍ତ ପ୍ରୟାସ କରାଯିବ। ଯଦି ରବିବାର ଉଭୟ ଦଳ ୧୦ ଓଭର ଖେଳିବାର ସମର୍ଥ ନହୁଅନ୍ତି; ତେବେ ଯେଉଁଠାରୁ ଖେଳ ବନ୍ଦ ରହିଥିବ ସେହିଠାରୁ ପରଦିନ ଆରମ୍ଭ ହେବ। ଅତିରିକ୍ତ ଦିବସରେ ମ୍ୟାଚ୍‌ ଖେଳାଯିବ। ରବିବାର ଖେଳ ନିର୍ଦ୍ଧାରିତ ଭାରତୀୟ ସମୟ ଅପରାହ୍‌ଣ ୧.୩୦ରୁ ଆରମ୍ଭହେବ। ହେଲେ ମ୍ୟାଚ୍‌ ଅତିରିକ୍ତ ଦିନକୁ ଗଲେ; ଏହା ଭାରତୀୟ ସମୟ ସକାଳ ୯.୩୦ରୁ ଆରମ୍ଭହେବ। ଆଇସିସିର ଟ୍ବେଣ୍ଟି୨୦ ମ୍ୟାଚ୍‌ର ଫଇସଲା ପାଇଁ ନିୟମ ରହିଛି ଯେ ଉଭୟ ଦଳ ଅତିକମ୍‌ରେ ୫ ଓଭର ଖେଳିବା ଆବଶ୍ୟକ। ହେଲେ ଫାଇନାଲ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଏହାକୁ ଅତିକମ୍‌ରେ ୧୦ ଓଭରର ମ୍ୟାଚ୍‌ କରିବାକୁ ଟୁର୍ଣ୍ଣାମେଣ୍ଟର ବୈଷୟିକ କମିଟି ନିଷ୍ପତ୍ତି ନେଇଛି। ଚଳିତ ବିଶ୍ବକପ୍‌ରେ ମେଲ୍‌ବୋର୍ଣ୍ଣରେ ହିଁ ଅଧିକାଂଶ ମ୍ୟାଚ୍‌ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories