ଭୁବନେଶ୍ବର: ରବିବାର ଛୁଟିଦିନ ସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ର ବରିଷ୍ଠ ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁଯାୟୀ ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରାଙ୍କୁ ପଞ୍ଚାୟତିରାଜ ବିଭାଗକୁ ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି। ସେହିପରି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଯୁଗ୍ମସଚିବ ରଶ୍ମୀରଞ୍ଜନ ନାୟକଙ୍କୁ ଜଳସମ୍ପଦ ବିଭାଗକୁ ବଦଳି କରାଯାଇଥିବାବେଳେ ଶାନ୍ତନୁ କୁମାର ମହାନ୍ତିଙ୍କୁ ପର୍ଯ୍ୟଟନ ବିଭାଗର ଯୁଗ୍ମସଚିବ ଭାବେ ବଦଳି କରାଯାଇଛି। ଏହାବାଦ୍ ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଉକ୍ତ ଜିଲାର ପ୍ରକଳ୍ପ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଅମୀୟ କୁମାର ରାଉତଙ୍କୁ ‘ମୋ-କଲେଜ’ର ସ୍ବତନ୍ତ୍ର ଅଧିକାରୀ ଭାବେ ବଦଳି କରାଯାଇଛି।
Popular Categories


