www.samajalive.in
Friday, December 12, 2025
27.1 C
Bhubaneswar

ରାସ୍ତାରେ ଆଣ୍ଠୁଏ କାଦୁଅ, ଆସିପାରିଲାନି ଆମ୍ବୁଲାନ୍ସ : ଖଟିଆରେ ୩କିମି ବୁହାହେଲେ ପକ୍ଷାଘାତ ରୋଗୀ

ଚାନ୍ଦବାଲି : ରାସ୍ତା ଅବସ୍ଥା ଏପରି ବିପର୍ଯ୍ୟସ୍ତ ହୋଇଛି ଯେ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଗଁା ଭିତରକୁ ଆମ୍ବୁଲାନ୍ସ ଆସିପାରିଲାନି। ଫଳରେ ଗୁରୁତର ପକ୍ଷାଘାତ ରୋଗୀଙ୍କୁ ଖଟିିଆରେ ୩କିମି ବୋହିବାକୁ ପଡ଼ିଲା। ଗଁା ଭିତରକୁ ଆମ୍ବୁଲାନ୍ସ ଆସିପାରୁ ନଥିବାରୁ ବର୍ଷାଋତୁ ୪ ମାସ ଯାଏ ରୋଗୀଙ୍କ ପାଇଁ ଏକମାତ୍ର ବିକଳ୍ପ ପାଲଟିଛି ଖଟିଆ। ଏମିତି ଏକ ଅପହଞ୍ଚ ଗାଁ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତର ନୂଆଗାଁ। ଗାଁ ମଧ୍ୟକୁ ନିତିଦିନିଆ ଭଲ ରାସ୍ତାଟିଏ ନାହିଁ। ଏବେ ବର୍ଷା ହେବା ପରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର କାଦୁଅ ହୋଇଛି। ପ୍ରତିଦିନ ଗ୍ରାମବାସୀ ଏହି କାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି। ଘଟଣା ଅନୁଯାୟୀ; ଗୁରୁବାର ବିଳମ୍ବିତ ରାତ୍ରିରେ ନୂଆଗଁାରେ ନବଘନ ରାଉତଙ୍କ ସ୍ତ୍ରୀ ଶାନ୍ତିଲତା ରାଉତଙ୍କୁ ପକ୍ଷାଘାତ ହୋଇଥିଲା। ତେବେ ଡାକ୍ତରଖାନା ନେବା ପାଇଁ ଗଁା ରାସ୍ତାରେ ଆମ୍ବୁଲାନ୍ସ ଆସିବା ସମ୍ଭବପର ନଥିଲା। ତେଣୁ ପରିବାର ଲୋକ ଶାନ୍ତିଲତାଙ୍କୁ ଖଟିଆରେ ୩ କିମି କାଦୁଅ ରାସ୍ତା ଦେଇ ମୁଖ୍ୟ ରାସ୍ତାକୁ ଆଣି ଏକ ଘରୋଇ ଗାଡ଼ିରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଭର୍ତ୍ତି କରିଛନ୍ତି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଥିପ୍ରତି ପ୍ରାଶାସନିକ ଅଧିକାରୀ ଦୃଷ୍ଟି ଦେଇ ଯଥାଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories