www.samajalive.in
Friday, December 12, 2025
26.1 C
Bhubaneswar

୩ ମାସରେ ଗଲାଣି ୧୦୬ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ବୈଶ୍ବିକ ମହାମାରୀ କରୋନା ଭୂତାଣୁ ବିରୋଧରେ ଛାମୁଆଁ ଲଢେଇ କରୁଛନ୍ତି ଡାକ୍ତର ଓ ପାରାମେଡିକୋ କର୍ମଚାରୀ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧିରେ ଡାକ୍ତରୀ ଦଳଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ତେବେ ଏହି ଆଗୁଆ ଲଢେଇରେ ଥିବା ଡାକ୍ତରୀ ଦଳ ରୋଗୀ ସେବା ବେଳେ ସଂକ୍ରମଣର ଶିକାର ହେଉଛନ୍ତି। ଭାରତୀୟ ଭେଷଜ ସଂଗଠନ (ଆଇଏମଏ)ର ସୂଚନା ଅନୁଯାୟୀ ଏପ୍ରିଲ ୧୫ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଦେଶରେ କରୋନା ନେଲାଣି ୧୦୬ ଡାକ୍ତରଙ୍କ ଜୀବନ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ସତ୍ତ୍ବେ ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ଚିକିତ୍ସା କରୁଥିବାରୁ ସେମାନେ ସଂକ୍ରମଣର ଶିକାର ହେଉଛନ୍ତି। ଏପରିକି ଅଦ୍ୟାବଧି ୨୫ ଜଣ ନର୍ସଙ୍କର ମଧ୍ୟ କରୋନାରେ ମୃତ୍ୟୁ ଘଟିଛି। ସଂକ୍ରମଣଜନିତ ସ୍ବାସ୍ଥ୍ୟଗତ ଓ ମାନସିକ କ୍ଲାନ୍ତି ଯୋଗୁଁ ଦୁଇ ଜଣ ଡାକ୍ତର ଓ ଦୁଇଜଣ ନର୍ସ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କା ଓ ଅତ୍ୟନ୍ତ କାର୍ଯ୍ୟଚାପ ଯୋଗୁଁ ଅବସାଦଗ୍ରସ୍ତ ହୋଇ ଜଣେ ଡାକ୍ତର ଓ ୫ ଜଣ ନର୍ସ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଡାକ୍ତରମାନଙ୍କ ମଧ୍ୟରେ ୨୧ ପ୍ରତିଶତଙ୍କ ବୟସ ୪୦ ବର୍ଷରୁ କମ୍‌ ଥିବାବେଳେ ୨୯.୬ ପ୍ରତିଶତ
୫୦ ବର୍ଷରୁ କମ୍‌ ଓ ୫୫.୫ ପ୍ରତିଶତ ୬୦ ବର୍ଷରୁ କମ୍‌ ରହିଛନ୍ତି। ଆଇଏମର ତଥ୍ୟ ଅନୁଯାୟୀ, ଏପ୍ରିଲ ୨୯ ସୁଦ୍ଧା ୯୨୭ ଜଣ ଡାକ୍ତର ସଂକ୍ରମିତ ଥିବାବେଳେ ୫୭ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ପରିସଂଖ୍ୟାନରେ ଛୋଟ ଛୋଟ ଘରୋଇ ହସ୍ପିଟାଲ, ନର୍ସିଂହୋମ୍‌, ଜେନେରାଲ ଫିଜିସିଆନ୍‌ ଏବଂ ସହରତଳି ଅଞ୍ଚଳର ହସ୍ପିଟାଲର ଡାକ୍ତରଙ୍କୁ ତଥ୍ୟକୁ ସାମିଲ କରାଯାଇନି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories