www.samajalive.in
Sunday, December 7, 2025
26.1 C
Bhubaneswar

ଚନ୍ଦ୍ରରେ ରାତି ପାହିଲା : ପ୍ରଜ୍ଞାନ ଓ ବିକ୍ରମକୁ ଉଠାଇବାକୁ ଇସ୍ରୋର ଉଦ୍ୟମ

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୦ (ବୁଧବାର) ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ପାହିଛି। ରାତି ପାହିବା ପରେ ଇସ୍ରୋ ପ୍ରେରିତ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ଓ ରୋଭର (ପ୍ରଜ୍ଞାନ) ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। ବିକ୍ରମ ଓ ପ୍ରଜ୍ଞାନର ଯନ୍ତ୍ରାଂଶଗୁଡିକ ପୁନଃ କାର୍ଯ୍ୟକ୍ଷମ କରିବା ପୂର୍ବକ ନିଦ୍ରାରୁ ଉଠାଇବା ଲାଗି ଗୁରୁବାର କିମ୍ବା ଶୁକ୍ରବାର ଇସ୍ରୋ ପକ୍ଷରୁ ଉଦ୍ୟମ କରାଯିବ। ଇସ୍ରୋର ଅଧିକାରୀ କହିଛନ୍ତି ଯେ ଗ୍ରାଉଣ୍ଡ ଷ୍ଟେସନ ଏହି ଦୁଇ ଯନ୍ତ୍ରାଂଶକୁ ଅତ୍ୟନ୍ତ ଥଣ୍ଡା ପରିବେଶରୁ ପୁନଃ କାର୍ଯ୍ୟକ୍ଷମ ଲାଗି ଉଦ୍ୟମ କରିବ।
ତେବେ ଏହି ଦୁଇ ଯନ୍ତ୍ରାଂଶ ପୁନଃ ସକ୍ରିୟ ହେବାର ଆଶା ବହୁତ କମ୍ ରହିଛି। କାରଣ ଯନ୍ତ୍ରାଂଶ ଦ୍ବୟକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା ସେଥିରେ କରାଯାଇ ନାହିଁ। ବୁଧବାର ରାତି ପାହିଥିବାବେଳେ ଗୁରୁ କିମ୍ବା ଶୁକ୍ରବାର ସୂର୍ଯ୍ୟଙ୍କ କିରଣ ଚନ୍ଦ୍ରପୃଷ୍ଠରେ ଉପଲବ୍ଧ ହେବ। ସେପ୍ଟେମ୍ବର ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟାସ୍ତ ସହିତ ଏହି ଦୁଇ ଯନ୍ତ୍ରାଂଶ ନିଷ୍କ୍ରିୟ ହୋଇଯିବା ପୂର୍ବକ ଶୋଇଯାଇଥିଲେ। ନିଦ୍ରାଯିବା ପୂର୍ବରୁ ବିକ୍ରମ ଓ ପ୍ରଜ୍ଞାନ ୧୩ଦିନ ଧରି ଚନ୍ଦ୍ରପୃଷ୍ଠରେ କାର୍ଯ୍ୟ କରିିବା ପୂର୍ବକ ବିଭିନ୍ନ ତଥ୍ୟ ପଠାଇଥିଲେ। ଅଗଷ୍ଟ ୨୩ରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ଉତ୍‌କ୍ଷେପଣ କରାଯାଇଥିଲା।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories