www.samajalive.in
Saturday, December 6, 2025
26.1 C
Bhubaneswar

ବିକଶିତ ଭାରତର ଶଙ୍ଖନାଦ ଚନ୍ଦ୍ରଯାନ-୩ର ସହଜ ଅବତରଣ: ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ଭାରତ ମହାକାଶ ଅଭିଯାନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଚନ୍ଦ୍ରଯାନ-୩ ଅତ୍ୟନ୍ତ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଏହି ଅବସରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ସଫଳତା ବିକଶିତ ଭାରତର ଶଙ୍ଖନାଦ ଅଟେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ-୩ର ଅବତରଣ ମୁହୂର୍ତ୍ତକୁ ନବଭାରତର ଜୟଯାତ୍ରାର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଆମେ ଯେତେବେଳେ ଆମ ଆଖି ସାମ୍ନାରେ ଇତିହାସ ରଚନା ହେଉଥିବା ଦେଖୁଛେ, ସେତେବେଳେ ଜୀବନ ଧନ୍ୟ ମନେ ହେଉଛି। ଏଭଳି ଐତିହାସିକ ଘଟଣା ଆମ ପାଇଁ ସଦା ଜାଗ୍ରତ ଚେତନାରେ ପରିଣତ ହୋଇଛି। ଏହି ମୁହୂର୍ତ୍ତ ଆମ ପାଇଁ ଅତ୍ୟନ୍ତ ସ୍ମରଣୀୟ ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହି ମୁହୂର୍ତ୍ତ ଭାରତୀୟଙ୍କ ସାମର୍ଥ୍ୟ ପ୍ରମାଣିତ କରିଛି। ଏହି ସଫଳତା ଆମ ପାଇଁ ନୂଆ ବିଶ୍ୱାସ, ନୂଆ ଚେତନା ସୃଷ୍ଟି କରିଛି। ଭାରତର ଉଦୀୟମାନ ଭାଗ୍ୟର ଆହ୍ୱାନର ଏହା ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅମୃତ କାଳର ପ୍ରଥମ ଭାଗରେ ସଫଳତାର ଅମୃତ ବର୍ଷା ହୋଇଥିବା କହିବା ସହ ଶ୍ରୀ ମୋଦୀ କହିଛନ୍ତି, ଆମେ ପୃଥିବୀରେ ସଂକଳ୍ପ ଗ୍ରହଣ କଲୁ, ଚନ୍ଦ୍ରରେ ଏହାକୁ ସଫଳ କରି ଦେଖିଲୁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories