ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ରୋଚକ ମୋଡ ନେଉଛି ରାଜନୀତି, ନିର୍ଣ୍ଣାୟକ ଭୂମିକା ନେବ ଧାମରା ୮ପଞ୍ଚାୟତ
ଧାମରା: ୨୦୦୯ ମସିହାରେ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ସୀମା ନିର୍ଦ୍ଧାରଣ ହୋଇଥିଲା। ଏହା ପୂର୍ବରୁ ଧାମରା ୮ପଞ୍ଚାୟତ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିବା ବେଳେ ୨୦୦୯ ମସିହାରେ ଏହାର ପୁନଃ ସୀମା ନିର୍ଧାରଣ କରାଯାଇଥିଲା। ଏହି ସୀମା ନିର୍ଦ୍ଧାରଣରେ ଧାମରା ୮ପଞ୍ଚାୟତ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ କଟିବା ପରେ ଚନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଯୋଡି ହୋଇଥିଲା। ଫଳରେ ଚାନ୍ଦବାଲି ନର୍ବାଚନ ମଣ୍ଡଳୀରେ ପଞ୍ଚାୟତ ସଂଖ୍ୟା ବୃଦ୍ଧି ପାଇ ୪୧ ରେ ପହଞ୍ଚିଥିଲା। ୨୦୦୯ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ୧ଲକ୍ଷ ୯୬ହଜାର ୫୩୯ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୩୪ହଜାର୨୦୩ଜଣ ମତଦାତା ସେମାନଙ୍କ ର ମତଦାନ କରିଥିଲେ।
ଏହି ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥିତ ବିଜୟ ନାୟକ ୫୮ହଜାର ୪୬୭ଖଣ୍ଡ ଭୋଟ ପାଇ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ନିଜର ନିକଟତମ ପ୍ରତିଦ୍ୱନ୍ଦି ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଅମୀୟ କୁମାର ମହାପାତ୍ର ୫୦ହଜାର ୮୫୪ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଏବଂ ଭାରତୀୟ ଜନତା ପାର୍ଟି ସମର୍ଥିତ ପୂର୍ଣଚନ୍ଦ୍ର ପାଣି ୧୪ହଜାର ୭୮୪ଖଣ୍ଡ ଭୋଟ ହାତେଇଥିଲେ।
୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ବ୍ୟୋମକେଶ ରାୟ ୬୮ହଜାର ୫୫୭ଖଣ୍ଡ ଭୋଟ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଦ୍ୱିତୀୟସ୍ଥାନରେ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥିତ ଅମୀୟ କୁମାର ମହାପାତ୍ର ୪୩, ୬୬୭୪ଖଣ୍ଡ ଭୋଟ ପାଇଥିବା ବେଳେ ଭାରତୀୟ ଜନତା ପାର୍ଟି ସମର୍ଥିତ ମନମୋହନ ସାମଲ ୩୮, ୯୫୨ଖଣ୍ଡ ଭୋଟ ପାଇଥିଲେ।
ସେହିପରି ୨୦୧୯ ମସିହା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବ୍ୟୋମକେଶ ରାୟ ୭୭, ୩୧୩ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଭାରତୀୟ ଜନତା ପାର୍ଟି ସମର୍ଥିତ ମନମୋହନ ସାମଲ୬୯, ୨୩୩ଖଣ୍ଡ ଭୋଟ ଏବଂ ତୃତୀୟ ସ୍ଥାନରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ର ପ୍ରାର୍ଥୀ ଦିଗମ୍ବର ଦାସ ୩୦୧୪୬ଖଣ୍ଡ ଭୋଟ ପାଇଥିଲେ।
ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥିତ ବ୍ୟୋମକେଶ ରାୟ ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ଅମୀୟ କୁମାର ମହାପାତ୍ର ଭାରତୀୟ ଜାତୀୟ କଂଗ୍ରେସ ରୁ ଏବଂ ଭାରତୀୟ ଜନତା ପାର୍ଟିରୁ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାର୍ଥୀ ହୋଇଛନ୍ତି। ୨୦୦୯ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସର ଭୋଟ ହାର କ୍ରମାନ୍ୱୟରେ କମି କମି ଚାଲିଛି।
ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜାତୀୟ କଂଗ୍ରେସର ଅମୀୟ କୁମାର ମହାପାତ୍ର, ଦିଗମ୍ବର ଦାସ, ମନୋଜ ବିଶ୍ୱାଳ ଏବଂ ସତ୍ୟାନନ୍ଦ ରାଉତ ନିଜ ନିଜର ଲବିରେ ଥିବା ବେଳେ ଏଆଇସିସି ଅମୀୟ କୁମାର ମହାପାତ୍ରଙ୍କୁ ଦଳ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ସାଧାରଣ ଜନତାଙ୍କ ଆଶା ଆକାଂକ୍ଷାକୁ ଦୃଷ୍ଟିରେ ରଖି ଦଳ ମଧ୍ୟରେ ମନ ମାଳିନ୍ୟ ଅଛି ବୋଲି ସାଧାରଣ ଜନତା ଆଶା କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖା ଦେଇଛି।
ଦଳମତ ନିର୍ବିଶେଷରେ ସମସ୍ତ ଆଶାୟୀ ପ୍ରାର୍ଥୀ ନିଜ ନିଜ ମଧ୍ୟରେ ସମନ୍ୱୟ ରଖି ସମସ୍ତ ସଭା ସମିତିରେ ଦେଖିବାକୁ ମିଳୁଛି ଫଳରେ ଚଳିତ ନିର୍ବାଚନ ଏକ ରୋଚକ ମୋଡ ନେବାକୁ ବସିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । କଂଗ୍ରେସ ଦଳର ସମସ୍ତ ଆଶାୟୀ ନିଜ ନିଜ ଜୋଷରେ ଦଳ ପାଇଁ କାର୍ଯ୍ୟ କରିବାକୁ ବସିଥିବା ବେଳେ ଧାମରା ୮ପଞ୍ଚାୟତର ୪୨ହଜାରରୁ ଉର୍ଦ୍ଧ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କଂଗ୍ରେସ ଦଳ ଆଶାବାଦୀ ଅଛି।
ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଦଳ ବଦଳ ଏବଂ ଗୋଷ୍ଠୀ କନ୍ଦଳ କଂଗ୍ରେସ ପାଇଁ ଫାଇଦା ହେବ ବୋଲି ବୁଦ୍ଧିଜିବୀ ମହଲରେ ପ୍ରକାଶ ପାଇଛି। ସେହିପରି ଭାରତୀୟ ଜନତା ପାର୍ଟି ଭୋଟ ହାର ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଥିବା ବେଳେ ଚଳିତ ନିର୍ବାଚନରେ ଦଳ ନିଶ୍ଚିତ ଭାବେ ଶାସନ କ୍ଷମତାକୁ ଆସିବ ବୋଲି ଆଶାବାଦୀ।
୨୦୨୪ ମସିହାରେ ସମୁଦାୟ ଭୋଟର ସଂଖ୍ୟା ୨ଲକ୍ଷ ୫୧୨୯୬ ମଧ୍ୟରୁ ପୁରୁଷ ୧ଲକ୍ଷ୩୧୧୬୦ ଏବଂ ମହିଳା ଭୋଟର ୧ଲକ୍ଷ ୨୦୧୧୭ଜଣ ଏବଂ ତୃତୀୟ ଲିଙ୍ଗଙ୍କ ଭୋଟର ସଂଖ୍ୟା ୧୯ଜଣ। ଏହି ସମସ୍ତ ତଥ୍ୟ ବିଚାରକୁ ନେଲେ ଚଳିତ ନିର୍ବାଚନରେ ଅତିବେଶୀରେ ୭୫ଶତକଡା ମତଦାନ ହେଲେ ମୋଟ ୧ଲକ୍ଷ ୯୦ହଜାର ଭୋଟର ସେମାନଙ୍କ ମତଦାନ କରିବେ।
Comments are closed.