www.samajalive.in
Saturday, December 6, 2025
23.1 C
Bhubaneswar

ଚାନ୍ଦବାଲି ବିଜେଡିରେ ଫାଟ: ଏପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ସେପଟେ ବ୍ୟୋମକେଶ ହଟାଅ ଅଭିଯାନ

ଧାମରା: ଚାନ୍ଦବାଲିରେ ମୁଖ୍ୟମନ୍ତ୍ରୀଙ୍କ ଆଗମନରେ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀମାନେ ଏକତ୍ରିତ ହୋଇଥିବା ବେଳେ ଅନ୍ୟ ଏକ ସ୍ଥାନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯଶିପୁର, ଜଳେଶ୍ୱରପୁର, ନାଲଗୁଣ୍ଡା, ମତୋ, ଖେରଙ୍ଗ ଆଦି ୫ଟି ପଞ୍ଚାୟତର ଶାସକ ଦଳର ହଜାର ହଜାର କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିବା ବେଳେ ସେଥିରେ ଶତାଧିକ ବିଜୁ ଯୁବ ବାହିନୀ କର୍ମୀ ସାମିଲ ହୋଇଥିଲେ। ବ୍ୟୋମକେଶ ହଟାଅ, ଚାନ୍ଦବାଲି ବଞ୍ଚାଅ ସ୍ଲୋଗାନ ଦେଇ ଏକ ବିଶାଲ ରାଲି ଦିଗଛିଆ ଛକରୁ ବାହାରି ଚାନ୍ଦବାଲି ଅଭିମୁଖେ ଯାଉଥିଲ।। ଏଥିରେ ଚାନ୍ଦବାଲି ପଞ୍ଚାୟତ ସମିତିର ୫ହଜାର କର୍ମୀ ସାମିଲ ହୋଇଥିବା ବେଳେ ତିହିଡି ବ୍ଲକର ହଜାରରୁ ଉର୍ଦ୍ଧ କର୍ମୀ ମଧ୍ୟ ସାମିଲ ହୋଇଥିଲେ। ଏହି ରାଲିରେ ଗୋଟିଏ ବ୍ୟାନର ଓ ଗୋଟିଏ ସ୍ଲୋଗାନରେ ସାଧାରଣ ଜନତା ବେଶ ଚକିତ ହୋଇଥିଲେ ଯାହା ଫଳରେ ବିଜେଡିର ଫାଟ ଜଳଜଳ ହୋଇ ବାରି ହୋଇ ପଡିଥିଲା। ଏହି ରାଲିରେ ଦଳୀୟକର୍ମୀ ଦୀର୍ଘ ୪୦ବର୍ଷ ଧରି ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିଥିବା ବେଳେ ନେତା ମାନଙ୍କୁ ଚାନ୍ଦବାଲି ବିଧାୟକ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିବା ସହ ରାଲିରେ ବ୍ୟବହୃତ ହେଉଥିବା ବ୍ୟାନରରେ ମଧ୍ୟ ବିଧାୟକଙ୍କ ଫଟୋ ନ ଥିଲା। ଏହି ରାଲି ଉଗ୍ରତରା ଛକ ପାଖରେ ପହଞ୍ଚିବା ପରେ ସେମାନଙ୍କୁ ପୁଲିସ ଅଟକାଇବା ସହ ବିଧାୟକଙ୍କ ଫଟୋ ନଥିବା ବ୍ୟାନରକୁ ହଟାଇବା ପାଇଁ କହିଥିଲେ। ପରେ କିଛି ବାଇକ ଏବଂ ଗାଡିରୁ ଏହି ବ୍ୟାନର ହଟାଇ ଦେଇଥିବା ବେଳେ ଅନ୍ୟ କିଛି ଗାଡି ହଟାଇ ନ ଥିଲେ, ଫଳରେ ଶାସକ ଦଳର ୫୦ରୁ ଉର୍ଦ୍ଧ୍ଵ ଯୁବକ ଅପରପକ୍ଷ ରାଲିକୁ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ୫ଟି ଗାଡି ଭାଙ୍ଗିବା ସହିତ ରାଲିରେ ଆସୁଥିବା ମହିଳାମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories