www.samajalive.in
Monday, December 8, 2025
14.1 C
Bhubaneswar

ମୁହଁ ପାଇଁ ଚନ୍ଦନର ବ୍ୟବହାର

ଆଜିର ପ୍ରଦୂଷଣରେ ନିଜ ମୁହଁକୁ ସୁସ୍ଥ ରଖିବା ଅତ୍ୟନ୍ତ କଷ୍ଟକର। ମୁହଁରେ ରୁକ୍ଷତା, କଳାଦାଗ,ବ୍ରଣ ଇତ୍ୟାଦି ପ୍ରଦୂଷଣ କାରଣରୁ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆମେ ବଜାରରେ ମିଳୁଥିବା ଅନେକ କଷମେଟିକ, କ୍ରିମ୍ ଇତ୍ୟାଦି ବ୍ୟବହାର କରିଥାଆନ୍ତି। କିନ୍ତୁ ସେହି କ୍ରିମ୍ ଦ୍ବାରା ସୁଫଳ ମିଳି ନଥାଏ। ପ୍ରାକୃତିକ ଭାବେ ସୁନ୍ଦର ମୁହଁ ପାଇଁ ଚନ୍ଦନ ବ୍ୟବହାର କରିବା ଲାଭଦାୟକ ହୋଇଥାଏ।
ଚନ୍ଦନ ଏକ ସୁଗନ୍ଧିତ କାଠ ଅଟେ। ଆୟୁର୍ବେଦିକ ଉପଚାର ନିମନ୍ତେ ଏହାକୁ ବ୍ୟବହାର କରାଯାଇଥାଏ। ଚନ୍ଦନ ଲଗାଇବା ଦ୍ବାରା ମୁଣ୍ଡ ବିନ୍ଧା, ବ୍ୟଗ୍ରତା ପରି ସମସ୍ୟା ଦୂର ହୋଇଥାଏ। ବିଭିନ୍ନ ଚର୍ମ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଆମେ ଚନ୍ଦନ ବ୍ୟବହାର କରିଥାଉ।
ଚନ୍ଦନ ପାଉଡରରେ ହଳଦୀ ଓ ଏକ ଚାମଚ ଲେମ୍ବୁ ରସକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ପର୍ୟ୍ୟନ୍ତ ଛାଡି ଦିଅନ୍ତୁ। ଚନ୍ଦନରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଥିବାରୁ ତାହା ମୁହଁକୁ ସତେଜ ରଖିବା ସହ କୁଣ୍ଡାଇ ହେବାରୁ ରକ୍ଷା କରିଥାଉ। ଛୋଟ ଛୋଟ ଖଣ୍ଡିଆରେ ଚନ୍ଦନ ଲଗାଇବା ଦ୍ବାରା ତାହା ଶୀଘ୍ର ଭଲ ହୋଇ ଯାଇଥାଏ।
କଳା ଦାଗ ଦୂର କରିବା ପାଇଁ ଚନ୍ଦନକୁ ବ୍ୟବହାର କରିପାରିବା। ସେଥିପାଇଁ ଦୁଇ ଚାମଚ ବାଦାମ ତେଲ, ପାଞ୍ଚ ଚାମଚ ନଡିଆ ତେଲ ଓ ଚାରି ଚାମଚ ଚନ୍ଦନକୁ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ସେହି ପେଷ୍ଟକୁ ହାତ ଓ ମୁହଁରେ ଭଲ ଭାବେ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁରୁ କଳା ଦାଗ ଛାଡିଯିବ।
ମୁହଁରେ ଅନ୍ୟାନ୍ୟ ଦାଗ ହୋଇଥିଲେ ସେଥିରୁ ରକ୍ଷା ପାଇବା ପାଇଁ ଚନ୍ଦନ ବ୍ୟବହାର କରିପାରିବା। ଏକ ଚାମଚ ଚନ୍ଦନ ପାଉଡର, ଅଳ୍ପ ହଳଦୀରେ ଅଳ୍ପ ପାଣି ଦେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ସେହି ପେଷ୍ଟକୁ ମୁହଁରେ ୧୫ମିନିଟ ପର୍ୟ୍ୟନ୍ତ ଲଗାଇ ରଖନ୍ତୁ। ତାପରେ ମୁହଁ ଧୋଇ ଦିଅନ୍ତୁ। ଏପରି ନିୟମିତ ରୂପେ କରିବା ଦ୍ବାରା ମୁହଁରେ ଥିବା କଳା ଦାଗ ଦୂର ହୋଇଯିବ।
ଝାଳର ଦୁର୍ଗନ୍ଧରୁ ରକ୍ଷା ପାଇବା ପାଇଁ ଚନ୍ଦନ ପାଉଡର ବ୍ୟବହାର କରାଯାଇଥାଏ। ଶରୀରରେ ବ୍ୟାକ୍ଟେରିଆ ଦ୍ବାରା ଝାଳ ବାହାରି ଥାଏ। ଚନ୍ଦନରେ ଆଣ୍ଟି-ବ୍ୟାକ୍ଟେରିଅଲ ଗୁଣ ରହିଛି। ଏଥିପାଇଁ ଚନ୍ଦନକୁ ପାଣିରେ ମିଶାଇ ପ୍ରତିଦିନ ସ୍ନାନ କରନ୍ତୁ। ଏପରି କରିବା ଦ୍ବାରା ଶରୀରରୁ ଦୁର୍ଗନ୍ଧ ଦୂର ହୋଇଯାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories