www.samajalive.in
Saturday, December 6, 2025
14.1 C
Bhubaneswar

ଚୋରା ବନ୍ଧୁକ ଚଢାଉ ବେଳେ ମିଳିଲା ହରିଣ ମାଂସ ଓ ଛାଲ, ଦୁଇ ଶିକାରୀ ସହ ୭ ଗିରଫ

ଚନ୍ଦକା : ଚୋରା ବନ୍ଧୁକ ଜବତ କରିବା ଲାଗି ଚନ୍ଦକା ପୁଲିସ ଚଢାଉ କରିବା ବେଳେ ହରିଣ ମାଂସ ଓ ଛାଲ ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇ ଶିକାରିଙ୍କ ସହ ୭ଜଣଙ୍କୁ ଗିରଫ କରିଛି। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା ବେଳେ ଚନ୍ଦକା ଅଞ୍ଚଳରେ ଅବାଧ ପଶୁ ଶିକାର ହେଉଥିବା ନେଇ ଏହି ଘଟଣାରୁ ପୁଲିସକୁ ସୁରାକ ମିଳିଛି। ଅପରପକ୍ଷରେ ପଶୁ ଶିକାର କରି ମାଂସ ବିକ୍ରି ହେଉଥିଲେ ମଧ୍ୟ ବନ ବିଭାଗ କିପରି ଜାଣିପାରିଲା ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରକାଶ ଯେ ଚନ୍ଦକା ଥାନାର ଫିରକିନାଳି ମୁଣ୍ଡାସାହିରେ ଚୋରା ବନ୍ଧୁକ ଥିବାର ଖବର ପାଇ ପୁଲିସ ଗେଡୁ ଓରଫ ଗଣ୍ଡା ହେମ୍ଭ୍ରମଙ୍କ ଘରେ ଚଢଉ କରିଥିଲା। ତେବେ ଚଢ଼ଉ ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୁଲିସ ଚୋରା ବନ୍ଧୁକ ସହ ହରିଣ ମାଂସ ଓ ଛାଲ ଥିବା ଜାଣିବାକୁ ପାଇଥିଲା। ଏ ନେଇ ବନ ବିଭାଗକୁ ସୂଚନା ଦିଆଯିବା ପରେ ବିଭାଗୀୟ କର୍ମଚାରୀମାନେ ପହଞ୍ଚି ୨୦ କିଲୋ ହରିଣ ମାଂସ, ଛାଲ, ୧୦ଟି ଅଫୁଟା ଗୁଳି, ଗନ ପାଉଡର ଓ ଭୁଜାଲି ଜବତ କରିବା ସହ ଗେଡୁକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଅନ୍ୟ ଜଣେ ଶିକାରୀ ଶିମିଳିପାଟଣାର ନିରେଇ ଓରଫ ନିର୍ମଳ ଶ୍ରୀଚନ୍ଦନ (୩୭)କୁ ପୁଲିସ ଗିରଫ କରିଥିଲା। ଏମାନଙ୍କଠାରୁ ମାଂସ କିଣିଥିବା ଅଭିଯୋଗରେ ଶିମିଳିପାଟଣାର କହ୍ନେଇ ନାୟକ (୨୪), ବଙ୍କା ଓରଫ ଅନିଲ ଚେମୀ (୨୨), ଚନ୍ଦକାର ତରୁଣକାନ୍ତ ସାମନ୍ତରାୟ (୩୨), ବିକାଶ କୁମାର ପ୍ରଧାନ (୩୮), ଶ୍ରୀକାନ୍ତ ସାମନ୍ତରାୟ (୩୧), ଜଗମୋହନ ମଙ୍ଗରାଜ (୩୩) ଓ ଶିମିଳିପାଟଣାର ପ୍ରଦ୍ୟୁମ୍ନ ସାହୁ (୩୮)ଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଚନ୍ଦକା ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ବନବିଭାଗ ଅନ୍ୟ ଏକ ମାମଲା ରୁଜୁ କରି ସମସ୍ତ ୯ଜଣଙ୍କୁ କୋର୍ଟ ଚାଲାଣ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories