www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ସନ୍ଦିଗ୍ଧଙ୍କ ଠାରୁ ଦୁଇଟି ପିସ୍ତଲ ଜବତ

ଚମ୍ପୁଆ: ଚମ୍ପୁଆ ପୁଲିସ ପକ୍ଷରୁ କୋଦଗାଡିଆ ନିକଟରେ ଚଢାଉ କରି ଦୁଇ ଜଣ ଯୁବକଙ୍କ ନିକଟରୁ ଦୁଇଟି ପିସ୍ତଲ, ଦୁଇଟି ମୋବାଇଲ ଫୋନ, ଦଶ ରାଉଣ୍ଡ ଗୁଳି ଓ ଗୋଟିଏ ମୋଟର ସାଇକଲ ଜବତ କରାଯାଇଛି। ଏ ସମ୍ବନ୍ଧରେ ଚମ୍ପୁଆ ପୁଲିସ ଏସଡିପିଓ ବିଜୟ କୃଷ୍ଣ ମଲିକ ସୂଚନା ଦେଇଛନ୍ତି। ଏଥିରେ ଆଇଆଇସି ଆରଏଚ କୁଲୁ, ସବଇନିସ୍ପେକ୍ଟର ବରୋଦା ପ୍ରସନ୍ନ ସାହୁ, ହିମାଂଶୁ ଶେଖର ପ୍ରଧାନ ଆଦି ଉପସ୍ଥିତ ଥିଲେ।

ଅଭିଯୁକ୍ତମାନଙ୍କ ମଧ୍ୟରେ ଝାଡଖଣ୍ଡ ଅଞ୍ଚଳର ଏମଡି ଖଲିଦ ଆନସାରୀ(୪୫) ଓ ଜୟନ୍ତୀଗଡ଼ ନିକଟ ବରଲା ଗ୍ରାମର କମଳାକାନ୍ତ ମହାନ୍ତ ଅରଫ ମଣ୍ଟୁ(୩୦)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସେମାନେ ଗୋଟିଏ ହିରୋହୋଣ୍ଡା ସ୍ପେଲଣ୍ଡର ମୋଟରସାଇକଲ ଜେଏଚ୧୧ଟି୮୯୮୨ ଯୋଗେ ଚମ୍ପୁଆ ଆଡୁ କୋଦଗାଡିଆ ଅଞ୍ଚଳକୁ ଯାଇଥିଲେ।

- Advertisement -

ସେଠାରେ ସେମାନେ ପ୍ରାୟତଃ ଲୋକମାନଙ୍କୁ ବନ୍ଧୁକ ଦେଖାଇଥିବା ନେଇ ଚମ୍ପୁଆ ପୁଲିସକୁ ଖବର ଦିଆଯାଇଥିଲା। ସଙ୍ଗେସଙ୍ଗେ ଚମ୍ପୁଆ ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ କାବୁ କରିନେଇଥିଲେ। ସେମାନଙ୍କୁ ସେଠାରୁ ଚମ୍ପୁଆ ପୁଲିସ ଗିରଫ କରିଥିଲେ। ଏ ସମ୍ବନ୍ଧରେ ଚମ୍ପୁଆ ଥାନା କେସ ନଂ ୧୩/୨୫, ୨୫(୧-କ) ଆସ୍ତ୍ର ଶସ୍ତ୍ର ନିରୋଧୀ ଆଇନରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories