www.samajalive.in
Friday, December 12, 2025
14.1 C
Bhubaneswar

ଏସିଆନ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି : ଜାପାନକୁ ୬-୦ ଗୋଲରେ ହରାଇଲା ଭାରତ

ଢାକା : ଏସିଆନ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି-୨୦୨୧ରେ ଭାରତ ଅପରାଜୟ ସହ ସେମିଫାଇନାଲରେ ପହଞ୍ଚିଛି । ରବିବାର ଢାକାରେ ଖେଳାଯାଇଥିବା ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତ ୬-୦ ଗୋଲରେ ଜାପାନକୁ ପରାସ୍ତ କରି ଶୀର୍ଷ ସ୍ଥାନ ହାସଲ କରିଛି। ଏଥିସହିତ ପ୍ରତିଯୋଗିତାର ସେମିଫାଇନାଲ ଲାଇନ୍‌ଅପ ଚୂଡାନ୍ତ ହୋଇଛି। ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଦକ୍ଷିଣକୋରିଆ -ପାକିସ୍ତାନକୁ ଓ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଭାରତ-ଜାପାନ ମଧ୍ୟରେ ଖେଳାଯିବ।
ଜାପାନ ବିପକ୍ଷ ​ଶେଷ ଲିଗ୍‌ ମ୍ୟାଚରେ ଭାରତ ପ୍ରାରମ୍ଭରୁ ​ଶେଷ ପର୍ଯ୍ୟନ୍ତ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଖେଳର ୧୦ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମାନପ୍ରୀତ ସିଂହ ଗୋଲରେ ପରିଣତ କରିଥିଲେ। ପ୍ରଥମ କ୍ବାର୍ଟର ଖେଳରେ ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୨୩ ମିନିଟ୍‌ରେ ଭାରତ ପକ୍ଷରୁ ଦିଲ୍‌ପ୍ରୀତ ସିଂହ ଦ୍ବିତୀୟ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ମଧ୍ୟ ଭାରତର ଗୋଲ ଦେବା ଧାରା ଜାରି ରହିଥିଲା। ଖେଳର ୩୪ ମିନିଟ୍‌ରେ ଜର୍ମାନପ୍ରୀତ ସିଂହ ତୃତୀୟ ଗୋଲ ଦେଇଥିଲେ। ତୃତୀୟ କ୍ବାର୍ଟର ଖେଳ ଶେଷ ସୁଦ୍ଧା ଭାରତ ୩-୦ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ କ୍ବାର୍ଟର ତଥା ଖେଳର ୪୬ ମିିନିଟ୍‌ରେ ସୁମିତ ୪ର୍ଥ, ୫୩ ମିନିଟ୍‌ରେ ହରମାନପ୍ରୀତ ସିଂହ ୫ମ ଓ ୫୪ ମିିନିଟ୍‌ରେ ସମସେର ସିଂହ ୬ଷ୍ଠ ଗୋଲ ଦେଇଥିଲେ। ଭାରତ ପ୍ରଥମ ମ୍ୟାଚ କୋରିଆ ସହ ୨-୨ ଗୋଲ ବରାବର ରଖିଥିବାବେଳେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ୯-୦ଗୋଲରେ, ତୃତୀୟ ମ୍ୟାଚରେ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଥିଲା। ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ଡ୍ର ସହ ୧୦ ପଏଣ୍ଟ ପାଇ ଗ୍ରୁପ ଶୀର୍ଷ ସ୍ଥାନ ହାସଲ କରିଛି। ସେହିପରି ଦକ୍ଷିଣକୋରିଆ ଦ୍ବିତୀୟ, ପାକିସ୍ତାନ ତୃତୀୟ ଓ ଜାପାନ ୪ର୍ଥ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories