www.samajalive.in
Thursday, December 11, 2025
13.1 C
Bhubaneswar

ବିଧାୟକଙ୍କ ‘ମୋ କନଷ୍ଟିଚ୍ୟୁଏନ୍ସି ଡ଼ଟ୍‍ କମ୍‍’ ଲୋକାର୍ପିତ : ସରକାରୀ ଯୋଜନା ସଂପର୍କରେ ଲୋକଙ୍କୁ ମିଳିବ ସୂଚନା

ପିପିଲି : ଏଣିକି ପିପିଲି ନିର୍ବାଚନମଣ୍ଡଳୀର ସମସ୍ତ ଅଧିବାସୀ ସିଧାସଳଖ ଭାବେ ବିଧାୟକଙ୍କ ସହ ଅନ୍‍ଲାଇନରେ ଯୋଡିହେବେ । ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ, ଏନ୍‍ଏସି ଓ ଗ୍ରାମରେ କାର୍ଯ୍ୟକାରୀ ହୋଇଥିବା ସରକାରୀ ଯୋଜନା ସଂପର୍କରେ ଲୋକେ ସବିଶେଷ ତଥ୍ୟ ହାସଲ କରିବା ସହ ସେ ବାବଦରେ ବିଧାୟକଙ୍କୁ ଅଭିଯୋଗ କରିପାରିବେ । ଅଞ୍ଚଳର ବିଭିନ୍ନ ସମସ୍ୟା ଓ ନିଜର ବ୍ୟକ୍ତିଗତ ସମସ୍ୟା ସଂପର୍କରେ ଲୋକେ ଅନ୍‍ଲାଇନ୍‍ ମାଧ୍ୟମରେ ପିପିଲି ବିଧାୟକଙ୍କୁ ଅବଗତ ଓ ଅଭିଯୋଗ କରିପାରିବେ ଏବଂ ଲୋକଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ଗୁପ୍ତ ରଖାଯିବ । ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ଏକ ଯୁଗପଯୋଗୀ ପଦକ୍ଷେପ ଗ୍ରହଣ କରିଛନ୍ତି ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ । ନିର୍ବାଚନମଣ୍ଡଳୀବାସୀଙ୍କ ପାଇଁ ପ୍ରଥମଥର ଲାଗି ‘ମୋ କନଷ୍ଟିଚ୍ୟୁଏନ୍ସି ଡ଼ଟ୍‍ କମ୍‍’ ନାମରେ ଏକ ୱେବସାଇଟ୍‍କୁ ଆଜି ବିଧାୟକ ଶ୍ରୀମହାରଥୀ ପିପିଲି ବିଜେଡ଼ି କାର୍ଯ୍ୟାଳୟରେ ଠାରେ ଲୋକାର୍ପିତ କରିଛନ୍ତି।
ଓଡ଼ିଶା ସରକାରଙ୍କର ସମସ୍ତ ଯୋଜନା କିପରି ଲୋକଙ୍କ ପାଖରେ ଘରେ ଘରେ ସହଜରେ ପହଞ୍ଚି  ପାରିବ ଓ ଗୋଟିଏ ସୁଇଚ୍‍ ଟିପି ଲୋକେ ବିଭିନ୍ନ ଯୋଜନା ସଂପର୍କରେ ସୂଚନା ପାଇବା ସହ ଉପକୃତ ହୋଇପାରିବେ ତାହା ଏହି ୱେବସାଇଟ୍‍ର ମୂଳଲକ୍ଷ୍ୟ ବୋଲି ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମହାରଥୀ ପ୍ରକାଶ କରିଥିଲେ । ନିର୍ବାଚନମଣ୍ଡଳୀରେ ଗ୍ରାମାଞ୍ଚଳରେ ବାସକରୁଥିବା ଅଧିକାଂଶ ଲୋକେ ଅନେକ ଗୁଡିଏ ସରକାରୀ ଯୋଜନା ସଂପର୍କରେ ଓ ଆବେଦନ ସଂପର୍କରେ ଜାଣି ପାରୁନଥିବା ବିଷୟରେ ନିର୍ବାଚନ ପ୍ରଚାର ସମୟରେ ମୁଁ ଜାଣିବାକୁ ପାଇଥିଲି। ତେଣୁ ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ହିତ ପାଇଁ ଏହା ଏକ ବଡ଼ ପ୍ରୟାସ ବୋଲି ରୁଦ୍ରପ୍ରତାପ ପ୍ରକାଶ କରିଥିଲେ। ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ଏହି ୱେବସାଇଟ୍‍ ମାଧ୍ୟମରେ ସାର୍ବଜନୀନ କରିବା ସହ ସମସ୍ତ ହିତାଧିକାରୀଙ୍କ ବିବରଣୀ ସାର୍ବଜନୀନ କରାଯାଇଛି । ଏଥିରେ ଅନଲାଇନ ମାଧ୍ୟମରେ ସମସ୍ତ ଜନହିତକର ଯୋଜନାକୁ ତଦାରଖ କରାଯାଇପାରିବ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଠାରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀରେ କାର୍ଯ୍ୟକାରୀ ହୋଇଥିବା ସମସ୍ତ ଯୋଜନା ସଂପର୍କରେ ଲୋକେ ସମସ୍ତ ପ୍ରକାର ସୂଚନା ପାଇପାରିବେ । ଚାଷୀଭାଇ ଓ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଏହା ମାଧ୍ୟମରେ ପ୍ରତ୍ୟେକ ଅଭିଯୋଗର ସମାଧାନ କରାଯିବ। ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାର ଉନ୍ନତି କରିବା ଦିଗରେ ଏହା ଏକ ମାଧ୍ୟମ ଏବଂ ପ୍ରତି ଗରିବ ଲୋକ ଏହି ୱେବସାଇଟରେ ସିଧାସଳଖ ଭାବେ ବିଧାୟକଙ୍କ ସହ ଯୋଡ଼ି ହେବାର ଲକ୍ଷ୍ୟ ରଖାଯାଇଛି । ଲୋକମାନେ ସିଧାସଳଖ ଭାବେ ଏହା ମାଧ୍ୟମରେ ବିଧାୟକଙ୍କୁ ସେମାନଙ୍କ ଅଭିଯୋଗ ଜଣାଇପାରିବେ। ଏହି ଅଭିଯୋଗ କେବଳ ବିଧାୟକ ୟୁଜର ଆଇଡ଼ି ଓ ପାସୱାର୍ଡ଼ ଦ୍ୱାରା ଦେଖିପାରିବେ। ଯାହାଫଳରେ ଅଭିଯୋଗକାରୀଙ୍କ ନାମ ଓ ଅଭିଯୋଗର ବିବରଣୀ ସଂପୂର୍ଣ୍ଣ ଗୋପନ ରଖାଯାଇପାରିବ ବୋଲି ଶ୍ରୀମହାରଥୀ ସୂଚନା ଦେଇଥିଲେ। ଏହି ୱେବସାଇଟ୍‍ର ଲୋକାର୍ପଣ ପରେ ନିର୍ବାଚନମଣ୍ଡଳୀର ସାଧାରଣ ଲୋକେ ନେତା ଓ ଚାମଚାଙ୍କ ବିନା ସିଧାସଳଖ ବିଧାୟକଙ୍କ ସହ ଯୋଡିହୋଇ ସେମାନଙ୍କ ଆପତ୍ତି ଅଭିଯୋଗ କରିପାରିବେ ଏବଂ ଏହାଦ୍ୱାରା ନିର୍ବାଚନମଣ୍ଡଳୀର ଉନ୍ନୟନମୂଳକ କାର୍ଯ୍ୟ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories