www.samajalive.in
Thursday, December 11, 2025
14.1 C
Bhubaneswar

ଶହୀଦ ବିପ୍ଳବୀ ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଜି.ଉଦୟଗିରି : ଘୁମୁସର ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ପୁରୁଷ ତଥା ଶହୀଦ ବିପ୍ଳବୀ ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ଆଜି(ଶାମ୍ବ ଦଶମୀ ତିଥି ଅନୁସାରେ) ଜି.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ସ୍ଥାନୀୟ କୁଇ ସମାଜର ମିଳିତ ଆନୁକୁଲ୍ୟରେ ଅନୁଷ୍ଟିତ ହୋଇଯାଇଛି।ଉକ୍ତ ଜୟନ୍ତି ପାଳନ ଉତ୍ସବରେ ସ୍ଥାନୀୟ ଭାରପ୍ରାପ୍ତ ଅତିରିକ୍ତ ଉପ-ଜିଲ୍ଲାପାଳ ତଥା ବିଡିଓ ବିଜୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ଧଛକସ୍ଥିତ ଶହୀଦ ବୀର ବିପ୍ଳବୀ ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବା ବେଳେ କୁଇ ସମାଜର କର୍ମକର୍ତ୍ତା ଉଦେଶନ ପ୍ରଧାନ, ଶାନ୍ତନୁ ପ୍ରଧାନ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ସୁଧିର ପ୍ରଧାନ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

 

- Advertisement -

ଏହାପରେ ଗାନ୍ଧୀଛକ ସ୍ଥିତ ମହାତ୍ମା୍ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ। ଆୟୋଜିତ ଉତ୍ସବରେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଦର୍ଶନ ବେହେରା, ଜ୍ଞାନରଞ୍ଜନ କର, ଏଲ ବୁଲିଆନ, ସୁରେଶ ପ୍ରଧାନ, ଦେବରାଜ ପ୍ରଧାନ, ନରୋତ୍ତମ ପ୍ରଦାନ, ଶୁଶାନ୍ତ ପ୍ରଧାନ, ଜିସିତ ପ୍ରଧାନ ପ୍ରମୁଖଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

Related Articles

Popular Categories