www.samajalive.in
Saturday, December 13, 2025
17.1 C
Bhubaneswar

ନେତାଜୀ ସୁଭାଷ ଓ ବୀର ସୁରେନ୍ଦ୍ର ସାଏ ଥିଲେ ଦେଶପ୍ରେମ ଓ ବୀରତ୍ୱର ପ୍ରତୀକ

ଭୁବନେଶ୍ୱର : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଓ ସମ୍ବଲପୁର ମାଟିର ଗୌରବ ବୀର ଶହୀଦ ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ ସ୍ଥାନୀୟ ପ୍ରତିମୂର୍ତ୍ତିଠାରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତ ବ୍ୟକ୍ତ କରି କହିଲେ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦେଶପ୍ରେମ, ବୀରତ୍ୱ ଅତୁଳନୀୟ। ତାଙ୍କର ଆହ୍ୱାନ ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ପ୍ରତ୍ୟେକ ଦେଶପ୍ରେମୀଙ୍କୁ ଆଜିବି ଅନୁପ୍ରାଣିତ କରେ। ତାଙ୍କ ମୃତ୍ୟୁ ସମ୍ବନ୍ଧରେ ବହୁ ତଥ୍ୟ ଆଜିବି ଲୋକଲୋଚନକୁ ଆସିପାରି ନାହିଁ। ଇଂରେଜମାନଙ୍କ ବିରୋଧରେ ଦୃଢ଼ ଭାବରେ ସଂଗ୍ରାମ କରି ଆଜାଦ୍ ହିନ୍ଦ୍ ଫୌଜ ନାମକ ବାହିନୀ ଗଠନ କରିଥିଲେ ଯାହା ତାଙ୍କ ଦେଶପ୍ରେମ, ସାହାସିକତା ପ୍ରମୁଖକୁ ଦର୍ଶାଇଥାଏ।

 

- Advertisement -

ଠିକ୍ ସେହିପରି ସମ୍ବଲପୁର ମାଟିର ଗୌରବ ବୀର ସୁରେନ୍ଦ୍ର ସାଏ ପ୍ରଚଣ୍ଡ ସ୍ୱାଭିମାନୀ, ମାଟି ଭାଷାପ୍ରାଣ, ତାଙ୍କ ଅସାଧାରଣ ରଣକୌଶଳ, ଅଦ୍ଭୂତ ସଙ୍ଗଠନ ଶକ୍ତି ବ୍ରିଟିଶ ଶାସନକୁ ସ୍ତମ୍ଭୀଭୂତ କରିଥିଲା ତଥା ଇଂରେଜ ବିରୋଧରେ ତାଙ୍କର ସଂଗ୍ରାମ ବେଶ୍ ପ୍ରଶଂସନୀୟ ଥିଲା। ଓଡ଼ିଶା ତଥା ଦେଶମାତୃକା ପାଇଁ ଉଭୟଙ୍କ ବଳିଦାନ ଚିର ସ୍ମରଣୀୟ। ଏହି ଅବସରରେ ଭାଷା ତଥା ପୂଜ୍ୟପୂଜାପ୍ରାଣ ପଦ୍ମନାଭ ଦାଶଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ମୃତି ସମ୍ମାନ ଓ ସାମ୍ବାଦିକ ନିରଞ୍ଜନ ରେଡ଼ିଙ୍କୁ ବୀର ସୁରେନ୍ଦ୍ର ସାଏ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଅଭିଯାନର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଭିଯାନର ବ୍ରଜବନ୍ଧୁ ପରିଡ଼ା, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପୂଜ୍ୟପୂଜାପ୍ରାଣ ଲକ୍ଷ୍ମୀଧର ବେହେରା, ବିଜୟ ରାଉତ, ବି. ମୁରଲୀଧର, ରୋହିତ କୁମାର ନାୟକ, ମନ୍ଜିତ୍ କୌର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories