www.samajalive.in
Sunday, December 14, 2025
23.1 C
Bhubaneswar

ତୈଳ ଦର ବୃଦ୍ଧି ପ୍ରତିବାଦ; କଂଗ୍ରେସର ଚକାଜାମ୍ ଡାକରା

କଟକ: ତୈଳ ଦର ବୃଦ୍ଧିକୁ ନେଇ ସୋମବାର କଂଗ୍ରେସ ପକ୍ଷରୁ ଚକାଜାମ୍ ଡାକରା ଦିଆଯାଇଛି । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । କଂଗ୍ରେସ କର୍ମୀମାନେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଆନ୍ଦୋଳନ ସକାଳ ୬ରୁ ହୋଇ ଦିନ ୧୨ଟା ପର୍ୟ୍ୟନ୍ତ ଚାଲିବ । କଟକର ବାଦାମବାଡ଼ି, ମଧୁପାଟଣା, ଜଗତପୁର, ଶିଖରପୁର, ପ୍ରେସଛକ ଓ ବକ୍ସିବଜାର ଛକ ନିକଟରେ ଟାୟର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାର ପ୍ରଭାବରେ କଟକ ସହରରେ ଦୁଇ ଚକିଆ ଗାଡି ଚଳାଚଳ କରୁଥିବା ବେଳେ ଚାରି ଚକିଆ ଗାଡି ବନ୍ଦ ରହିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସହରରେ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି ।ଏହି ଆନ୍ଦୋଳନକୁ ସାଧାରଣ ଜନତା ସମର୍ଥନ କରୁଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବାଣୀବିହାର ଛକ ନିକଟରେ କଂଗ୍ରେସ କର୍ମାଙ୍କ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଜାତୀୟ ରାଜପଥ ଉପରେ ଶହ ଶହ ଗାଡି ଠିଆ ହୋଇ ରହିଛି । ସେହିପରି ଉତ୍ତରାଛକରେ ଆନ୍ଦୋଳନ ଫଳରେ ପୁରୀ-ଭୁବନେଶ୍ବର ଗାଡି ଚଳାଚଳ ବନ୍ଦ ରହିଛି ।

- Advertisement -

ବିକ୍ଷୋଭ ବେଳେ କଟକରେ କଂଗ୍ରେସ କର୍ମୀଙ୍କ ଦାଦାଗିରି ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀମାନେ ଜଣେ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ମଧୁପାଟଣା ଥାନାରେ ଛାତ୍ର ଜଣକ ଅଭିଯୋଗ କରିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories