www.samajalive.in
Saturday, December 13, 2025
26.1 C
Bhubaneswar

ଗୁଣପୁର କୃଷି ଜିଲାରେ ଚକଡା ପୋକ ଉପଦ୍ରବ, ଚାଷୀକୂଳ ଆତଙ୍କିତ 

ଗୁଣପୁର :  ବିଲରେ ରୋଗ ପୋକ ଆତଙ୍କ ଚିନ୍ତାରେ ଚାଷୀ,ରିହାତି ଦରରେ ମିଳୁନି କୀଟନାଶକ ଔଷଧ,ଚକହା ପୋକ ଲାଗି ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ । ପିଛା ଛାଡୁନି ଚାଷୀଙ୍କ ସମସ୍ୟା। କେତେ ବେଳେ ବିହନ ଅଭାବ ତ ଆଉ କେତେ ବେଳେ ସାରର ଅଭାବ। ଏବେ ଧାନ ଗଛରେ ଫୁଲ ଧରିବା ସମୟରେ ରୋଗ ପୋକ ଆତଙ୍କ। ଏବେ ଶହ ଶହ ହେକ୍ଟର ଜମିରେ ରୋଗ ପୋକ ଲାଗିଥିବାରୁ ରାୟଗଡା ଜିଲ୍ଲାର ଚାଷୀମାନେ ଏବେ ଚିନ୍ତାରେ। ଏପଟେ ଚାଷୀ ବଜାରରୁ ଚଢା ଦରରେ କିଣୁଥିବା କୀଟ ନାଶକ ଔଷଧ ଜମିରେ ସିଞ୍ଚନ କଲେ ମଧ୍ୟ ଠିକରେ କାମ କରୁନି ସେପଟେ କୃଷି କାର୍ଯ୍ୟାଳୟରୁ ରିହାତି ଦରରେ ଚାଷୀଙ୍କୁ ମିଳୁନି ଔଷଧ । ଯାହା ଫଳରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ଧାନ କ୍ଷେତରେ ଲହଡି ଭାଙ୍ଗୁଛି ଫସଲ। ଆଉ କେତେ ଦିନ ଗଲେ ଫସଲ ଅମଳ ହୋଇଥାନ୍ତା। ହେଲେ ଏହି ସମୟରେ ଦାଉ ସାଧୁଛି  ରୋଗ ପୋକ। ପ୍ରଥମେ ମୌସୁମୀର ଲୁଚକାଳି ପରେ ବର୍ଷା ହେବାରୁ ରୁଆ ବେଉଷଣ ବିଳମ୍ବରେ ସରିଲା। ଧାନ ଫସଲ ମଧ୍ୟ ଭଲଥିଲା। କେବଳ ଗୁଣପୁର ବ୍ଲକ ନୁହଁ ପଦ୍ମପୁର, ଗୁଡାରୀ ଓ ରାମନାଗୁଡା ବ୍ଲକ ଅଞ୍ଚଳରେ ମଧ୍ୟ ସେହି ରୋଗପୋକ ଆତଙ୍କ। ଏହି ସମୟରେ ଧାନ ଗଛ ମୂଳ ସଢା ରୋଗ ତ ଆଉ କେଉଁଠି ପତ୍ର ମୋଡା, କାଣ୍ଡ ବିନ୍ଧା, ବିପିଏଚ ପରି ପୋକ ଲାଗିଥିବାରୁ ହେକ୍ଟର ହେକ୍ଟର ଚାଷଜମି ଏବେ ପ୍ରଭାବିତ ହୋଇଛି। ବଜାରରୁ ଯେତେ ଔଷଧ ଆଣି ସିଞ୍ଚନ କଲେ ମଧ୍ୟ ପୋକ ମରିବାର ନା ନେଉନି। ଏପଟେ ନିରାକରଣ ପାଇଁ କୃଷି ବିଭାଗ ପାଖକୁ ଚାଷୀ ଗଲେ ମଧ୍ୟ ଔଷଧ ମିଳୁନଥିବା ଅଭିଯୋଗ ହୋଇଛି।
ଗୁଣପୁର କୃଷି ଜିଲ୍ଲାର ପଚାଶ ଭାଗ ଧାନ ଜମିରେ ଏବେ ରୋଗ ପୋକ ଲାଗିଥିବାରୁ ଚିନ୍ତାରେ ଚାଷୀ। ଏ ସଂମ୍ପର୍କରେ ଆମେ ଗୁଣପୁର କୃଷିଜିଲ୍ଲା ଅଧିକାରୀ ବୃନ୍ଦାବନ ବେହେରାଙ୍କୁ ପଚାରିବାରୁ ସରକାରଙ୍କ ନୂତନ ନିୟମ ଅନୁସାରେ ଚାଷୀ ନିଜେ ଅଧିକାରୀଙ୍କୁ ପଚାରି ବଜାରରେ ଥିବା ଲାଇସେନ୍ସ ପ୍ରାପ୍ତ ଡିଲରଙ୍କ ଠାରୁ ଠିକ ଦରରେ କୀଟନାଶକ ଔଷଧ କଣିପାରିବେ। ପରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମଧ୍ୟମରେ ରିଆତି ଅର୍ଥ ଆସିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
 ତେବେ ଏହି ନୂତନ ନିୟମ ଅନେକ ଚାଷୀ ନ ଜାଣି ବଜାରରୁ ଚଢା ଦରରେ ଆଣି ବିଲରେ ସିଞ୍ଚନ କଲେ ମଧ୍ୟ କାମ କରୁନଥିବା କହିଛନ୍ତି ଏଠାକାର ଚାଷୀ। ସେପଟେ ଏହି ନିୟମକୁ ଆଧାର କରି କୃଷି କାର୍ଯ୍ୟାଳୟ  ପରିସରରେ  ରିହାତି ଦରରେ ଯୋଗାଇବାକୁ ସାଧାରଣରେ ଦାବି ହେଉଛି ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories