www.samajalive.in
Sunday, December 14, 2025
23.1 C
Bhubaneswar

ରାଧାମୋହନ ଦେବଙ୍କ ଦୋଳ ଉତ୍ସବ

ଚୌଦ୍ୱାର: ଓଟିଏମ୍ କଲୋନୀସ୍ଥିତ ରାଧା ମୋହନ ଜୀଉ ମନ୍ଦିରରେ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମନ୍ଦିର ପରିଚାଳନା କମିଟି ଅନୁକୁଲ୍ୟରେ ୨ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ରାଧା ମୋହନ ଜିଉ ଠାକୁର ଓଟିଏମ୍ କଲୋନୀରେ ଘରକୁ ଘର ବୁଲି ଭୋଗ ଖଇବା ପରେ ଜୀଉଙ୍କ ବିିମାନକୁ ଶୋଭାଯାତ୍ରାରେ ନିଆଯାଇ ଓଟିଏମ୍ କଲୋନୀ ପରିକ୍ରମା କରାଯାଇଥିଲା । ପରେ ପରେ ଅଞ୍ଚଳର ଆଉ ୪ଟି ଦୋଳ ବିମାନ ଦୋଳ ପଡ଼ିଆରେ ପହଞ୍ଚି ମେଲଣ କରିଥିଲେ । ଏହି ଅବସରରେ ୨ଦିନଧରି ଆୟୋଜିତ ସାଂସ୍କୃତିିକ କାର୍ଯ୍ୟକ୍ରମରେ ବିଧାୟକ ସୌଭିକ୍ ବିଶ୍ୱାଳ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସ୍ଥାନୀୟ କାଉନସିଲର ବିିନୋଦିନୀ ରାଉତରାୟ, ଆଶୁତୋଷ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ହିମାଂଶୁ ଦାସ ଓ ରଜନୀକାନ୍ତ ମହାନ୍ତିିଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ‘ମାଇଚିଆ ଗୋଖେଇ ସାହୁ’ ଓ ‘ଦେଇଗଲା ଦାଗ ଅଦିନ ମେଘ’ ନାମକ ଦୁଇଟି ନାଟକ ମଞ୍ଚସ୍ଥ କରାଯାଇଥିଲା । ଅଶୋକ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ ।କମିଟି ଉପଦେଷ୍ଟା ଲୋକନାଥ ସାହୁ, ଟୁକୁ ପ୍ରଧାନ, ଭାସ୍କର ଚନ୍ଦ୍ର ରାଉତରାୟ, ପ୍ରମୋଦ ଜେନା, ରାଜ କିଶୋର ସାମନ୍ତ, ଅଶ୍ୱିିନୀ କୁମାର ଜେନା, ଭୀମସେନ ବିଶ୍ୱାଳ, ଶିବବ୍ରତ ଦାସଙ୍କ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories