ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର
ଚୌଦ୍ୱାର: ଚୌଦ୍ୱାର ନୂଆସାହି ସ୍ଥିତ ମହିଳା ସମିତି ଗୃହ ପରିସରରେ ଏକ ଦାତବ୍ୟ ବକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ମହାଦେବ ୟୁଥ୍ କ୍ଲବ୍ ଓ କେୟାର ନେତ୍ରମ୍ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରରେ ମୋଟ ୧୦୦ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଚଷମା ପ୍ରଦାନ ସହିତ ୩ଜଣକୁ ଅତ୍ସୋପବାର ପାଇଁ ଭୁବନେଶ୍ୱର ପଠା ଯାଇଥିଲା। ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଶିବିରକୁ ଉଦ୍ଘଘାଟନ କରିଥିଲେ। ବିଚିତ୍ରାନନ୍ଦ ସ୍ୱାଇଁ, ଅଶୋକ କୁମାର ସାମଲ, ସୁମିତ୍ରା ଭଦ୍ର, ଦିପ୍ତିମୟୀ ଦାଶ, ରେଣୁ ନାୟକ, ରଶ୍ମିତା ସାହାନୀ, ରୁକ୍ମିଣୀ ବାରିକ ପ୍ରମୁଖ ଚିକିତ୍ସା କାର୍ଯ୍ୟ ପରିଚାଳନା କରିଥିଲେ। ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ, ମହିଳା ସଭାନେତ୍ରୀ କବିତା ରାଣୀ ଲେଙ୍କା, ଆଲୋକ ସାହୁ, ସୋନୁ ଲାହେରୀ, ଧନେଶ୍ୱର ବିଶ୍ୱାଳ, ରାଜକିଶୋର ବେହେରା, ରଘୁନାଥ ସ୍ୱାଇଁ ପ୍ରମୁଖ ଶିବିର ପରିଚାଳନା କରିଥିଲେ।
Comments are closed.