ଖାଲଖମାରେ ଭର୍ତ୍ତି ଜାତୀୟ ରାଜପଥ ମରାମତି ପାଇଁ ଅଭିନବ ପ୍ରୟାସ, ‘ଜାତୀୟ ମୃତ୍ୟୁ ପଥ’ ଲେଖି କରାଗଲା ସଚେତନ

ଚୌଦ୍ୱାର: ୧୬ ନମ୍ବର ଜାତୀୟ ରାଜପଥର ମଙ୍ଗୁଳି ଛକରୁ ବାହାରି ସମ୍ବଲପୁର ଅଭିମୁଖେ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଆଜକୁ ୪ବର୍ଷ ହେବ ଜାରି ରହିଛି। ସମ୍ପ୍ରସାରଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଥିବାରୁ ରାସ୍ତାଟି ଖାଲଖମାରେ ଭରିଯାଇ ମରଣ ଯନ୍ତା ପାଲଟିଛି। ରାସ୍ତାରେ ପ୍ରତିଦିନ ଦୁର୍ଘଟଣାମାନ ଘଟି ବହୁ ଜୀବନ ହାନୀ ହେବା ସହିତ ବହୁ ଲୋକ ଆହତ ହେଉଛନ୍ତି। ଏହା ଚୌଦ୍ୱାର ସହର ମଧ୍ୟ ଦେଇ ଯାଇଥିବାରୁ ବ୍ୟସ୍ତ ଅତି ମାତ୍ରାରେ ଶୋଚନୀୟ ହୋଇ ପଡ଼ିଛି । ରାସ୍ତା କାର୍ଯ୍ୟ ଶିଘ୍ର ସାରିବା ଏବଂ ରାସ୍ତାର ମରାମତି କରିବା ପାଇଁ ସ୍ଥାନୀୟ ବହୁ ସଂଗଠନ ତରଫରୁ ବାରମ୍ବାର ଆନ୍ଦୋଳନ, ରାସ୍ତା ରୋକୋ, ଧର୍ମଘଟ ଅାଦି କରାଯାଇଥିଲେ ହେଁ ପରିସ୍ଥିତି ପ୍ରତି କେହି କର୍ଣ୍ଣପାତ କରୁ ନାହାନ୍ତି । ସ୍ଥାନୀୟ ଜନ ସାଧାରଣଙ୍କ ତରଫରୁ ଏସବୁ ଅବ୍ୟବସ୍ଥାର ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି।

prayash

ସ୍ଥାନୀୟ ସୂଚନା ଅଧିକାର ସଂଗଠନ ତରଫରୁ ଶନିବାର ଦିନ ଚୌଦ୍ୱାର ସହର ଭିତରେ ରାଜ ରାସ୍ତାର ବିଭିନ୍ନ ସ୍ଥାନରେ ଫଳକ ମାନ ଲଗାଯାଇ ରାଜପଥଟିକୁ ‘ଜାତୀୟ ମୃତ୍ୟୁ ପଥ’ ଭାବେ ନାମିତ କରାଯାଇଛି । ଉକ୍ତ ହୋଡ଼ିଂରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କ ଫଟୋ ଲଗାଯାଇ ଆକ୍ଷେପ କରାଯିବା ସହ ରାସ୍ତାରେ ସାବଧାନରେ ଚଳାଚଳ କରିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରାଯାଇଛି । ତେବେ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଏହି ଅଭିନବ ପ୍ରୟାସ ପ୍ରତି କେତେ ଗୁରୁତ୍ବ ଦିଆଯାଇ ସମସ୍ୟାର ସମାଧାନ କରାଯାଉଛି ତାହା ଦେଖିବାକୁ ବାକି ରହିଛି।

kalyan agarbati

Comments are closed.