ଚୌଦ୍ୱାରରେ ମହାଲକ୍ଷ୍ମୀଙ୍କୁ ଆବାହନ

ଚୌଦ୍ୱାର: ଆଜି ଠାରୁ ଆରମ୍ଭ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ହେଲେ କରୋନା କଟକଣା ହେତୁ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଚୌଦ୍ୱାରର ପ୍ରସିଦ୍ଧ ମହାଲକ୍ଷ୍ମୀ ପୂଜା ଉତ୍ସାହହୀନ ହୋଇ ପଡ଼ିଛି । କେବଳ ବିଧି ରକ୍ଷା ପାଇଁ ମଣ୍ଡପରେ ପ୍ରତିଷ୍ଠିତ ମା’ଙ୍କ ପୂଜା ନାନା ନୀତିକାନ୍ତିରେ ସମ୍ପନ୍ନ ହୋଇଛି । ଶ୍ରଦ୍ଧାଳୁମାନଙ୍କୁ ମଣ୍ଡପ ଦର୍ଶନ ବାରଣ କରାଯାଇ ଥିବାରୁ ସାଧାରଣରେ ବିଶେଷ ଉତ୍ସାହ ଦେଖିବାକୁ ମିଳୁନାହିଁ। ବିଭିନ୍ନ ସାଜସଜ୍ଜାରେ ଝଲସୁଥିବା ଚୌଦ୍ୱାର ଅଞ୍ଚଳ ଏଥର ବିନା ସାଜସଜ୍ଜାରେ ଖାଁ ଖାଁ ଲାଗୁଛି । ସରକାରଙ୍କ କରୋନା ନିୟମାବଳି ଅନୁଯାୟୀ ପୂଜା ମଣ୍ଡପରେ ପରଦା ଆଢୁଆଳରେ ମା ପୂଜା ପାଉଛନ୍ତି। ଚୌଦ୍ୱାର ଅଂଚଳରେ ୪୩ଟି ପୂଜାମଣ୍ଡପରେ ପୂଜା ପାଉଥିବା ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ମଧ୍ୟରୁ ୧୦ରୁ ଅଧିକ ମଣ୍ଡପରେ ଗଜଲକ୍ଷ୍ମୀ ଓ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ପୂଜା ପାଇଥାନ୍ତି। ଚଳିତ ବର୍ଷ ମେଲଣ ହେଉ ନଥିବାରୁ ଅଂଚଳ ବାସୀଙ୍କ ମନରେ ସରାଗ କମିଯାଇଥିବା ଦେଖିବାକୁ ମିଳିଛି।

Comments are closed.