www.samajalive.in
Saturday, December 6, 2025
14.1 C
Bhubaneswar

ଗରିବ ଲୋକଙ୍କୁ ୨ ମାସ ପାଇଁ ମିଳିବ ମାଗଣା ଖାଦ୍ୟ ଶସ୍ୟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଆଗାମୀ ଦୁଇ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଆନ୍ନ ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦେବେ। ଏହି ଯୋଜନା ଅଧୀନରେ ଚଳିତ ବର୍ଷ ମେ ଏବଂ ଜୁନ୍ ମାସରେ ପ୍ରତି ବ୍ୟକ୍ତିଙ୍କ ପାଇଁ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ମାଗଣା ଖାଦ୍ୟ-ଶସ୍ୟ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଗତ ବର୍ଷ କୋଭିଡ-୧୯ ମହାମାରୀ ସମୟରେ ସରକାର ଲୋକଙ୍କୁ ଏହି ସୁବିଧା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯେ ଦେଶ କରୋନା ଭୁତାଣୁର ଦ୍ୱିତୀୟ ଲହରର ସମ୍ମୁଖୀନ ହେଉଥିବା ବେଳେ ଦେଶର ଗରିବ ଲୋକଙ୍କର ପୁଷ୍ଟିକର ଖାଦ୍ୟ ସହାୟତା ମିଳିବା ଜରୁରୀ। ସେ କହିଛନ୍ତି, ସରକାର ଏହି ପଦକ୍ଷେପ ପାଇଁ ୨୬ହଜାର କୋଟିରୁ ଅଧିକ ଖର୍ଚ୍ଚ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories