www.samajalive.in
Saturday, December 13, 2025
26.1 C
Bhubaneswar

ଆକାଂକ୍ଷୀ ଜିଲ୍ଲାର ୭୫ଟି ଡାକ୍ତରଖାନାକୁ ମେଡିକାଲ୍‍ କଲେଜରେ ପରିଣତ କରାଯିବ : ହର୍ଷବର୍ଦ୍ଧନ

ଭୁବନେଶ୍ବର : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଦେଶର ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଥିବା ୭୫ଟି ଡାକ୍ତରଖାନାକୁ ପର୍ଯ୍ୟାୟକ୍ରମେ ମେଡିକାଲ୍‍ କଲେଜରେ ପରିଣତ କରାଯିବ। ଓଡ଼ିଶାର ୬ଟି ମେଡିକାଲ୍‍ ସମେତ ୪୯ଟି ଡାକ୍ତରଖାନାକୁ ଆସନ୍ତା ୫ ବର୍ଷ ମଧ୍ୟରେ ମେଡିକାଲ୍‍ କଲେଜରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।  ସେହିପରି ଓଡ଼ିଶାରେ ଆଉ
ଦୁଇଟି ସରକାରୀ ମେଡିକାଲ୍‍ କଲେଜ୍‍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ଉପରେ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି । ବୁଧବାର ଭୁବନେଶ୍ୱରର ଏମ୍‍ସ୍‍ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିବା ଅବସରରେ ସେ ଏହା କହିଛନ୍ତି । କେନ୍ଦ୍ର ସରକାର ଓଡ଼ିଶାର ୧୦ଟି ଜିଲ୍ଲା ବଲାଙ୍ଗିର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଏବଂ ରାୟଗଡ଼ା ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସ୍ଥାନିତ କରିଛନ୍ତି।

ସେହିପରି ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶା ସରକାର ଲାଗୁ କରିବାପାଇଁ ସେ ପୁଣି ଥରେ ଦୋହରାଇଛନ୍ତି। ସାରା ଦେଶର ୫୫ କୋଟି ଲୋକ ଏହି ଯୋଜନା ଅଧୀନରେ ମାଗଣା ସ୍ୱାସ୍ଥ୍ୟସେବା ପାଇବାପାଇଁ  ତାଲିକାଭୁକ୍ତ ହୋଇଛନ୍ତି । ସେହିପରି ଗତ ଏକବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨୦ ହଜାର ହସ୍ପିଟାଲରେ ୭୦ ଲକ୍ଷ ଲୋକ ମାଗଣା ସ୍ୱାସ୍ଥ୍ୟ ସୁବିଧା ପାଇପାରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଦେଢ଼ ଲକ୍ଷ୍ୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା କରିବାପାଇଁ ଯୋଜନା କରିଛନ୍ତି । ବର୍ତ୍ତମାନ ସେଥିମଧ୍ୟରୁ ୨୫ ହଜାର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ବୋଲି ଡକ୍ଟର  ହର୍ଷବର୍ଦ୍ଧନ କହିଛନ୍ତି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories