www.samajalive.in
Saturday, December 6, 2025
16.1 C
Bhubaneswar

ମାଲାମାଲ ହେବେ କେନ୍ଦ୍ର ସରକାରଙ୍କ କର୍ମଚାରୀ; ରାତିରେ କାମ କଲେ ମିଳିବ ଅଧିକ ପାଉଣା

କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । ମୋଦୀ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ରାତ୍ରିକାଳୀନ ଭତ୍ତା (ନାଇଟ୍ ଡ଼୍ୟୁଟି ଆଲାଉନ୍ସ)ରେ ବଡ଼ ପରିବର୍ତ୍ତନ କରିଛନ୍ତି । ଏଥିପାଇଁ ରାତିରେ ଡ଼୍ୟୁଟି କରୁଥିବା କର୍ମଚାରୀଙ୍କ ନିମନ୍ତେ ନୂଆ ନିୟମ ପ୍ରଣୟନ କରାଯାଇଛି ଏବଂ ନୂତନ ସର୍ତ ମଧ୍ୟ ଯୋଡ଼ାଯାଇଛି । ୭ମ ବେତନ କମିଶନଙ୍କ ସୁପାରିସ ଆଧାରରେ ନିଆଯାଇଥିବା ଏହି ନୂଆ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡ଼ିଓପିଟି) ପକ୍ଷରୁ ଜାରି ଏକ ନିର୍ଦେଶନାମାରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ସବୁ କର୍ମଚାରୀଙ୍କୁ ଏକ ସ୍ବତନ୍ତ୍ର ଗ୍ରେଡ଼ପେରେ ରାତ୍ରିକାଳୀନ କାର୍ଯ୍ୟ କରିବାର ବର୍ତମାନର ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ଏବେ ରାତ୍ରିକାଳୀନ ଡ଼୍ୟୁଟି ଅର୍ଥ ରାତି ୧୦ରୁ ସକାଳ ପର୍ଯ୍ୟନ୍ତ ହେବ । ରାତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରତି ଘଣ୍ଟା କାର୍ଯ୍ୟ ନିମନ୍ତେ ୧୦ ମିନିଟର ଅତିରିକ୍ତ ଲାଭ ପ୍ରଦାନ କରାଯିବ । ରାତ୍ରି ଡ଼୍ୟୁଟି ଆଲାଉନ୍ସର ଯୋଗ୍ୟତା (Eligibility for night duty allowance) ମୂଳ ବେତନର ସୀମା ୪୩୬୦୦ ଧାର୍ଯ୍ୟ କରାଯାଇଛି । ଅର୍ଥାତ୍ ଯେଉଁମାନଙ୍କର ବେସିକ୍ ପେ ୪୩୬୦୦ ବା ତା’ଠାରୁ କମ୍ ସେମାନେ ରାତ୍ରିକାଳୀନ ଡ଼୍ୟୁଟି କାଳରେ ଲାଭବାନ ହେବେ । 

  • ନୂଆ ବ୍ୟବସ୍ଥା ଅନୁସାରେ ମୂଳ ବେତନ (ବେସିକ୍ ସାଲାରୀ) ସହ ମହଙ୍ଗା ଭତ୍ତା (ଡ଼ିଏ)କୁ ମିଶାଇ ତାହାକୁ ୨୦୦ରେ ବିଭକ୍ତ କରାଯିବ । ଏଥିରୁ ୧ ଘଣ୍ଟାର ରାତ୍ରିକାଳୀନ ଡ଼୍ୟୁଟି ଆଲାଉନ୍ସ ଧାର୍ଯ୍ୟ ହେବ  ଏବଂ ତଦନୁସାରେ କର୍ମଚାରୀଙ୍କୁ ସେମାନଙ୍କ ବେତନ ସହ ରାତ୍ରିକାଳୀନ ଡ଼୍ୟୁଟିର ପାଉଣା ପ୍ରଦାନ କରାଯିବ ।
  • ସରକାରଙ୍କ ଏହି ନିୟମ ସମସ୍ତ ମନ୍ତ୍ରାଳୟ ଓ ବିଭାଗର ସେହି କର୍ମଚାରୀଙ୍କ ନିମନ୍ତେ ଲାଗୁ ହେବ, ଯେଉଁମାନେ ପୂର୍ବରୁ ନାଇଟ୍ ଡ଼୍ୟୁଟି ଆଲାଉନ୍ସ ପାଇ ଆସୁଥିଲେ ।
  • ନାଇଟ୍ ଡ଼୍ୟୁଟି କରୁଥିବା କର୍ମଚାରୀଙ୍କୁ ସେମାନଙ୍କ ମୂଳ ବେତନ ଆଧାରରେ ଆଲାଉନ୍ସ ପ୍ରଦାନ କରାଯିବ । ତେଣୁ ରାତିରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପାଉଣା ସମାନ ହେବ ନାହିଁ ।
  • ବର୍ତମାନର ବ୍ୟବସ୍ଥାରେ ସମାନ ଗ୍ରେଡ଼ର କର୍ମଚାରୀଙ୍କୁ ଗୋଟିଏ ହାରରେ ନାଇଟ ଡ଼୍ୟୁଟି ଆଲାଉନ୍ସ ପ୍ରଦାନ କରାଯାଉଥିଲା । ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି ।
  • ନାଇଟ୍ ଡ଼୍ୟୁଟି କେଉଁମାନେ କରିବେ ସେ ସଂପର୍କରେ ବିଭାଗର ସୁପରଭାଇଜରଙ୍କ ପକ୍ଷରୁ ଏକ ସାର୍ଟିଫିକେଟ ଜାରି କରାଯିବ ଏବଂ ଏହାକୁ ଜରୁରୀ ଦସ୍ତାବିଜ ବୋଲି ଗଣାଯିବ । ଏହି ସାର୍ଟିଫିକେଟ୍ ଜାରି ହେବା ପରେ ଯାଇ ଜଣେ କର୍ମଚାରୀ ନାଇଟ୍ ଡ଼୍ୟୁଟି କରିପାରିବେ । ସୁପରଭାଇଜରଙ୍କ ବିନା ଜ୍ଞାତସାରରେ କାହାରିକୁ ନାଇଟ୍ ଡ଼୍ୟୁଟି କରିବାକୁ ଦିଆଯିବ ନାହିଁ ବା କେହି କାମ କଲେ ସେଥିପାଇଁ ପାଉଣା ଦାବି କରିପାରିବେ ନାହିଁ ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories