www.samajalive.in
Friday, December 12, 2025
26.1 C
Bhubaneswar

୨୯ରୁ କେନ୍ଦ୍ରୀୟ ବଜେଟ ଅଧିବେଶନ – ସକାଳ ୯ରୁ ରାଜ୍ୟସଭା, ଅପରାହ୍ଣ ୪ରୁ ଲୋକସଭା

ସଂସଦର ବଜେଟ୍‍ ଅଧିବେଶନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ନୂଆଦିଲ୍ଲୀରେ ଆଜି ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଲୋକସଭା ବାଚସ୍ପତି ଓମ୍‍ ବିର୍ଲା କହିଛନ୍ତି, ବଜେଟ୍‍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୫ ତାରିଖରେ ଶେଷ ହେବ। ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ୧୨ଟି ବୈଠକ ବସିବ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍‍ ୮ ତାରିଖରେ ଶେଷ ହେବ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ୨୧ଟି ବୈଠକ ବସିବ।

ଶ୍ରୀ ବିର୍ଲା କହିଛନ୍ତି, କୋବିଡ୍‍ ନାଇଣ୍ଟିନ୍‍ ଦୃଷ୍ଟିରୁ ଅଧିବେଶନ ସମୟରେ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ
କରାଯିବ। ସେ ପୁଣି କହିଛନ୍ତି, ରାଜ୍ୟସଭାର କାର୍ଯ୍ୟଧାରା ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ ଓ ଲୋକସଭାର କାର୍ଯ୍ୟଧାରା ଅପରାହ୍ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଭୟ ସଭାର ମିଳିତ ଅଧିବେଶନରେ ଅଭିଭାଷଣ ସହ ବଜେଟ୍‍ ଅଧିବେଶନ ଆରମ୍ଭ ହେବ। ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ୍‍ ଉପସ୍ଥାପନ କରାଯିବ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories