www.samajalive.in
Monday, December 8, 2025
14.1 C
Bhubaneswar

ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଇରାନରେ କାହିଁକି ଉତ୍ସବର ମାହୋଲ ?

ତେହରାନ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରୈସି ଗତ ଶନିବାର ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥିପାଇଁ ବିଶ୍ୱର ଅନେକ ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଶୋକ ପ୍ରକାଶ କରିବା ସହିତ ନିଜ ନିଜ ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରିଛନ୍ତି। କିନ୍ତୁ ଇରାନରେ ଦୃଶ୍ୟପଟ ଭିନ୍ନ। ଏଠାରେ ବହୁ ସଂଖ୍ୟାରେ ଲୋକେ ରାଷ୍ଟ୍ରପତିଙ୍କ ମୃତ୍ୟୁକୁ ନେଇ ଉତ୍ସବ ମନାଉଛନ୍ତି। ଗୋଟିଏ ସ୍ଥାନରେ ଏକତ୍ର ହୋଇ ଆତସବାଜି କରୁଥିବା ଦେଖିବାକୁ ମିଳିଛି।

ଗତ ଶନିବାର ରୈସିଙ୍କ ହେଲିକପ୍ଟର ଦୁର୍ଘଟଣା ଖବର ମିଳିବା ପରେ ଶତାଧିକ ଲୋକ ତେହରାନ ଏବଂ ମଶହଦର ମୁଖ୍ୟ ରାସ୍ତାରେ ଏକାଠି ହୋଇ ତାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଦେଖିବାକୁ ମିଳିଥିଲା। କିନ୍ତୁ ଅନେକ ଭିଡିଓ ଏପରି ଥିଲା ଯେଉଁଥିରେ ବହୁ ସଂଖ୍ୟାରେ ଇରାନୀ ବାସିନ୍ଦା ଉତ୍ସବ ମନାଉଥିବା ଦେଖାଯାଇଥିଲା। କେବଳ ଇରାନ ନୁହେଁ, ବିଦେଶରେ ବି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଅନେକ ଲୋକ ଦୁର୍ଘଟଣାର ମଜାକ୍‌‌ ଉଡ଼ାଇବା ସହିତ ବ୍ୟଙ୍ଗ କରୁଛନ୍ତି। ଏହି ଲୋକମାନଙ୍କୁ ‘ତେହରାନର କଂସେଇ’ ବୋଲି କୁହାଯାଉଛି।

- Advertisement -

ରୈସି କେବଳ ରାଷ୍ଟ୍ରପତି ନ ଥିଲେ। ତାଙ୍କୁ ଅଲୀ ଖାମେନେଇର ଉତ୍ତରାଧିକାରୀ ରୂପରେ ଇରାନର ଇସଲାମୀ ଗଣରାଜ୍ୟର ସର୍ବୋଚ୍ଚ ନେତା ଭାବେ ଲୋକେ ମାନୁଥିଲେ। ମାତ୍ର ତାଙ୍କ ମୃତ୍ୟୁରେ ଏପରି ଉତ୍ସବ କାହିଁକି ? ଏହାର କାରଣ ହେଉଛି ରୈସି ଜଣେ କଠୋରପନ୍ଥୀ ନେତା ଥିଲେ। ରୈସି ପୂର୍ବରୁ ଜଣେ ଉଦାରବାଦୀ ଏବଂ ଆଧୁନିକ ଶିୟା ମୁସଲିମ ଦେଶ ଇରାନର ପ୍ରତୀକ ଥିଲେ। କିନ୍ତୁ ଇରାନ ଇସଲାମୀ କ୍ରାନ୍ତି ପରଠାରୁ ସେ ଅତ୍ୟଧିକ ରୁଢ଼ିବାଦୀ ହୋଇଯାଇଥିଲେ। ସେ ଇରାନର ଆଗାମୀ ସର୍ବୋଚ୍ଚ ନେତା ଭାବେ ପଦଭାର ଗ୍ରହଣ କରିବାର ଥିଲା। କିନ୍ତୁ ଇରାନରେ ଜନସାଧାରଣଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦଳିମକଚିବା ସହିତ ମହିଳାଙ୍କ ପୋଷାକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କଠୋର ‘ହିଜାବ ଏବଂ ପବିତ୍ରତା ଆଇନ’ ଲାଗୁ କରିବା ପଛରେ ରୈସିଙ୍କୁ ଦାୟୀ କରାଯାଉଛି। ଏହି ଆଇନରେ ଇରାନରେ ନୈତିକତା ପୁଲିସକୁ ଅସୀମିତ କ୍ଷମତା ମିଳିଛି। ଯେଉଁଥିପାଇଁ ଦେଶରେ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଲାଗି ରହିଛି।

୨୦୨୨ରେ ମହସା ଅମିନୀ ନାମ୍ନୀ ମହିଳାଙ୍କର ହାଜତରେ ମୃତ୍ୟୁ ଘଟିବା ପରେ ହିଜାବ ଏବଂ ପବିତ୍ରତା ଆଇନ ଭଳି କଠୋର ଇସଲାମୀ ଆଇନ ଲାଗୁ ହେବାରୁ ଧାର୍ମିକ ଶାସନ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ ହୋଇଥିଲା। ଅମିନୀ ହିଜାବ ନ ପିନ୍ଧିବାରୁ ଇରାନର ନୈତିକତା ପୁଲିସ ତାଙ୍କୁ ଗିରଫ କରିଥିଲା। ଏହକୁ ନେଇ ଦେଶରେ ପ୍ରବଳ ବିରୋଧ ପ୍ରଦର୍ଶନ ହୋଇଥିଲା। ୧୯୭୯ ଇରାନୀ କ୍ରାନ୍ତି ପରେ ଏହି ଆନ୍ଦୋଳନ ସବୁଠୁ ବଡ଼ ଆନ୍ଦୋଳନ ଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories