www.samajalive.in
Saturday, December 13, 2025
26.1 C
Bhubaneswar

ଜର୍ମାନୀରେ ଦକ୍ଷିଣପନ୍ଥୀ ସରକାର, ଫ୍ରେଡରିକ ମର୍ଜ ହେବେ ନୂଆ ଚାନସେଲର

ସମାଜ ଡିଜିଟାଲ ଡେସ୍କ: ୟୁରୋପୀୟ ଦେଶ ଜର୍ମାନୀରେ ଶେଷ ହୋଇଥିବା ନିର୍ବାଚନରେ ଦକ୍ଷିଣପନ୍ଥୀ ଦଳ ବିଜୟୀ ହୋଇଛି। ଫ୍ରେଡରିକ ମାର୍ଟିନ ଜୋଶେଫ ମର୍ଜଙ୍କ ନେତୃତ୍ଵାଧୀନ କ୍ରିଷ୍ଟିୟନ ଡେମୋକ୍ରାଟିକ ୟୁନିଅନ(ସିଡିୟୁ) ପାର୍ଟି ବିପୁଳ ଭୋଟରେ ବିଜୟ ଲାଭ କରିବା ସହିତ ସରକାର ଗଠନ କରିବା ନିଶ୍ଚିତ ହୋଇଛି। ସିଡିୟୁ ନେତା ଫ୍ରେଡରିକ ମର୍ଜ ଦେଶର ନୂଆ ଚାନସେଲର ହେବାକୁ ଯାଉଛନ୍ତି। ରବିବାର ହୋଇଥିବା ନିର୍ବାଚନରେ ଓଲାଫ ଶୋଲ୍‌ଜଙ୍କ ସୋସିଆଲ ଡେମୋକ୍ରାଟିକ ପାର୍ଟି(ଏସଡିପି)କୁ ପରାଜୟ ବରଣ କରିବାକୁ ପଡ଼ିଛି।

ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଜର୍ମାନୀରେ ସରକାର ବଦଳିବା ବିଶ୍ଵ ରାଜନୀତିରେ ନୂଆ ଦିଗ ସୃଷ୍ଟି କରିପାରେ। ଦକ୍ଷିଣପନ୍ଥୀ ଦଳ କ୍ଷମତାକୁ ଫେରିବା ଫଳରେ ଏହାର ପ୍ରଭାବ ଦେଶର ବୈଦେଶିକ ନୀତି ଉପରେ ପଡ଼ିବା ସମ୍ଭାବନା ରହିଛି। ଯାହାଦ୍ଵାରା ଜର୍ମାନୀ ସହିତ ଭାରତର ସମ୍ପର୍କ ମଧ୍ୟ ପ୍ରଭାବିତ ହୋଇପାରେ। ଭାରତ ଏବଂ ଜର୍ମାନୀ  ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି। ଦୁଇ ଦେଶ ମଧ୍ୟରେ ପ୍ରତିବର୍ଷ ହଜାର ହଜାର କୋଟିର ବ୍ୟବସାୟ ହୋଇଥାଏ। ୨୦୨୩-୨୪ରେ ଦ୍ଵିପାକ୍ଷିକ ବାଣିଜ୍ୟ ରେକର୍ଡ ସ୍ତରରେ ପହଞ୍ଚି ୨୬.୧ ବିଲିଅନ ଡଲାର ହୋଇଛି। ଜର୍ମାନୀରେ କ୍ଷମତାରେ ପରିବର୍ତ୍ତନ ହେବା ପରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ କ’ଣ ପରିବର୍ତ୍ତନ ଆସିବ ? ଏହି ପ୍ରଶ୍ନର ଉତ୍ତରରେ ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତ ଫିଲପ ଏକରମ୍ୟାନ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଦ୍ଵାରା ଭାରତ-ଜର୍ମାନୀ ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories