www.samajalive.in
Friday, December 12, 2025
15.1 C
Bhubaneswar

୨୬ ହଜାର କୋଟି ଟଙ୍କା ବ୍ୟୟରେ ୮ ପ୍ରକଳ୍ପର ସମୀକ୍ଷା କଲା କ୍ୟାବିନେଟ କମିଟି; ଓଡ଼ିଶାର ପ୍ରଦର୍ଶନ ସନ୍ତୋଷଜନକ

ଭୁବନେଶ୍ୱର: ରାଜ୍ୟରେ ୮ଟି ବୃହତ୍ ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ର ସରକାରଙ୍କ କ୍ୟାବିନେଟ କମିଟି ଇନଭେଷ୍ଟମେଣ୍ଟ  (ସିସିଆଇ) । କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ଏକ ପ୍ରତିନିଧି ଦଳ ଗୁରୁପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ରାଜ୍ୟରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଅନ୍ୟ ରାଜ୍ୟ ତୁଳନାରେ ବିିଭିନ୍ନ ପ୍ରକଳ୍ପ ପରିଚାଳନା ଓ ଅଗ୍ରଗତି କ୍ଷେତ୍ରରେ ଓଡ଼ିଶା ସନ୍ତୋଷଜନକ ପ୍ରଦର୍ଶନ କରିଥିବା କମିଟି ମତ ଦେଇଛି ।

ଆଜି ଲୋକସେବା ଭବନ ସମ୍ମିଳନୀ ହଲରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, “ଏହି ମିଳିତ ବ୍ୟାୟାମ ଅତ୍ୟନ୍ତ ଫଳପ୍ରଦ ହୋଇଛି ଏବଂ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଯଥେଷ୍ଟ ଅଗ୍ରଗତି ହୋଇଛି। ପ୍ରତ୍ୟେକ ପ୍ରକଳ୍ପର ସ୍ଥିତି, ସମସ୍ୟା ଅନ୍ୟ ସ୍ଥାନଠାରୁ ଭିନ୍ନ । ତେଣୁ ପ୍ରତ୍ୟେକ ପ୍ରକଳ୍ପର ନିଜସ୍ତରରେ ରହିଥିବା ସମସ୍ୟାକୁ ସେହି ସ୍ଥାନର ଆବଶ୍ୟକତା ଜରିଆରେ ସମାଧାନ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି ।

- Advertisement -

ଶୁକ୍ରବାର ସମୀକ୍ଷା ହୋଇଥିବା ୮ଟି ପ୍ରକଳ୍ପ ମଧ୍ୟରେ ୪ଟି ରେଳ, ଦୁଇଟି ଜାତୀୟ ରାଜପଥ ସଂକ୍ରାନ୍ତ ଥିବାବେଳେ ଅନ୍ୟ ଦୁଇଟି ମଧ୍ୟରେ ଗୋଟିଏ ଶକ୍ତି ପ୍ରକଳ୍ପ ଓ ଅନ୍ୟଟି ଗ୍ୟାସ ପ୍ରକଳ୍ପ ଥିଲା । ଜଙ୍ଗଲ ଅନୁମତି, କ୍ଷତିପୂରଣ, ବୃକ୍ଷରୋପଣ, ଗଛ କାଟିବା, କ୍ଷତିପୂରଣ ପ୍ରଦାନ ସଂକ୍ରାନ୍ତ ପ୍ରାୟ ୪୦ଟି ପ୍ରସଙ୍ଗ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଲା । ମୁଖ୍ୟ ସଚିବ ପ୍ରତ୍ୟେ କାର୍ଯ୍ୟ ​‌ଶେଷ ନିମନ୍ତେ ନିର୍ଦିଷ୍ଟ ସମୟ ଧାର୍ଯ୍ୟ କରିଥିଲେ ।

ରେଳ ପ୍ରକଳ୍ପ ମଧ୍ୟରେ ଖୋର୍ଧା-ବଲାଙ୍ଗୀର ୨୮୯ କିଲୋମିଟର ରେଳପଥ, ବୁଢ଼ାପଙ୍କ-ସାଲେଗାଓ ରେଳପଥର ୪ର୍ଥ ରେଳ ଲାଇନ, ବିଜୟନଗରମ-ସମ୍ବଲପୁର (୨୬୪.୬ କିଲୋମିଟର), ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ ସମ୍ପର୍କରେ ଆଲୋଚନା ହୋଇଥିଲା । ସେହିପରି ଅନୁଗୋଳ- ସମ୍ବଲପୁର ସଡ଼କ ପ୍ରକଳ୍ପ, ଜାତୀୟ ରାଜପଥ ୬ର ସିଙ୍ଗାରା-ବିଞ୍ଝାବାହାଲ ସେକ୍ସନ ସହ ଦର୍ଲିପାଲି ଏସଟିପିପି (୮୦୦ ମେଗାୱାଟର ୨ଟି ସିପିପି) ଓ ପାରାଦ୍ବୀପ-ହାଇଦ୍ରାବାଦ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା ହୋଇଛି ।

ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ସଚିବ ଡ଼. ମୋନା ଶର୍ମାଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories