ପାଟଣା : ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିମନ୍ତେ ନିଧି ସଂଗ୍ରହ ଅଭିଯାନର ଏକ ପ୍ରସ୍ତୁତି ବୈଠକ ସାହରପଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ହିନ୍ଦୁ ପରିଷଦ ନେତୃତ୍ବରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଞ୍ଚଳରୁ ବହୁ ରାମ ଭକ୍ତ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ନିଧି ସଂଗ୍ରହ ଅଭିଯାନର ବ୍ଲକ ପ୍ରମୁଖ ପଦନ ନାଏକ, ଜିଲ୍ଲା ପ୍ରଚାରକ ବୁଧିରାମ ସାହୁ, ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା , ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ମହେଶ୍ୱର ମହାନ୍ତ ଓ ଦୟାନିଧି ମହାନ୍ତ ପ୍ରମୁଖ ଯୋଗ ଦେଇ ନିଧି ସଂଗ୍ରହ ନିମନ୍ତେ ଘରକୁ ଘର ବୁଲି ନିଧି ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରି ଏହି ମହତ୍ ଯୋଗଦାନରେ ସଦସ୍ୟ ସଦସ୍ୟା ମାନେ ସାରଥୀ ହେବାକୁ ନିବେଦନ କରିଛନ୍ତି ।
Popular Categories



