www.samajalive.in
Friday, December 12, 2025
16.1 C
Bhubaneswar

ଆଜି ସିବିଏସ୍‌ଇ ଫଳ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତାକାଲି (ଶୁକ୍ରବାର) ପ୍ରକାଶ ପାଇବାର ସମ୍ଭାବନା ରହିଛି। ଦ୍ବାଦଶ ଫଳ ପୂର୍ବାହ୍ନ ସାଢେ ୯ଟାରେ ପ୍ରକାଶ ପାଇବାକୁ ଥିବାବେଳେ ଅପରାହ୍ଣ ୨ଟାରେ ଦଶମ ଶ୍ରେଣୀ ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ (www.cbse.gov.in/ cbseresults.nic.in/
results.cbse.nic.in/ digilocker.gov.in)କୁ ଲଗଇନ କରି ପରୀକ୍ଷା ଫଳ ଦେଖିପାରିବେ। ରୋଲ ନମ୍ବର, ବିଦ୍ୟାଳୟ କୋଡ ଏବଂ ଜନ୍ମ ତାରିଖ ଲେଖି ଫଳ ଜାଣିପାରିବେ ବିଦ୍ୟାର୍ଥୀ। ଚଳିତ ବର୍ଷ ଦେଶରେ ପ୍ରାୟ ୧୪ ଲକ୍ଷ ୫୪ ହଜାର ୩୭୦ ବିଦ୍ୟାର୍ଥୀ ଦ୍ବାଦଶ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ରାଜ୍ୟରୁ ପ୍ରାୟ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବା ଜଣାପଡିଛି। ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଦେଶରୁ ପ୍ରାୟ ୨୧ ଲକ୍ଷ
୧୬ ହଜାର ୨୯୦ ବିଦ୍ୟାର୍ଥୀ ପଞ୍ଜୀକରଣ କରିଥିବା ଏବଂ ଓଡ଼ିଶାରୁ ୩୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ।
ଫଳ ପ୍ରକାଶକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ନିର୍ଦ୍ଧାରିତ ସମୟରେ ସିବିଏସଇ ଫଳ ପ୍ରକାଶ ପାଇବ। କେବେ ଫଳ ପ୍ରକାଶ କରାଯିବ ସେନେଇ କୌଣସି ତାରିଖର ସୂଚନା ଦେଇ ନ ଥିଲେ। ଶୁକ୍ରବାର ଫଳ ପ୍ରକାଶ ପାଇବା ନେଇ ସିବିଏସଇ ତା’ର ଅଫିସିଆଲ ୱେବସାଇଟରେ କୌଣସି ସୂଚନା ପ୍ରଦାନ କରିନାହିଁ। ସିବିଏସଇ ଅନୁବନ୍ଧିତ ବିଦ୍ୟାଳୟ ଗୁଡିକ ପକ୍ଷରୁ ହସ୍ତଗତ ସୂଚନାନୁଯାୟୀ, ଆସନ୍ତାକାଲି ଉଭୟ ଦଶମ ଓ ଦ୍ବାଦଶ ଫଳ ପ୍ରକାଶ ପାଇବା ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଆସିଛି। ଏପ୍ରିଲ ୨ରେ ଆରମ୍ଭ ହୋଇଥିବା ସିବିଏସଇ ପରୀକ୍ଷା ଜୁନ ୧୫ରେ ଶେଷ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories