www.samajalive.in
Saturday, December 13, 2025
21.1 C
Bhubaneswar

ମୋଟୁ ବନ୍ୟା ପୀଡ଼ିତଙ୍କୁ ‘ସମାଜ ରିଲିଫ୍‍’

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ମୋଟୁ ଅଞ୍ଚଳରେ ବନ୍ୟା ପୀଡିତଙ୍କୁ ‘ସମାଜ ରିଲିଫ୍‍’ ସହାୟତାର ହାତ ବଢ଼ାଇଛି। ଗତ ୧୦ଦିନ ଧରି ଲଗାଣ ବର୍ଷା ଯୋଗୁଁ ୭ଗୋଟି ଗାଁ ସମ୍ପୂର୍ଣ୍ଣ ବୁଡି ଯାଇଥିଲା। ପଡୋଶୀ ଆନ୍ଧ୍ର ଓ ତେଲେଙ୍ଗାନାରେ ଏବେବି ବହୁ ଗ୍ରାମ ଜଳବନ୍ଦୀ ହୋଇ ରହିଛି। ଏଭଳି ସ୍ଥିତିରେ ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ନିର୍ଦେଶକ୍ରମେ ଲୋକ ସେବକ ମଣ୍ଡଳର ଆଜୀବନକର୍ମୀ ରାଜେନ୍ଦ୍ର ଜେନା ଆଜି ମାଲକାନଗିରି ମୋଟୁ ଅଞ୍ଚଳ ଗସ୍ତ କରି ରିଲିଫ ବଣ୍ଟନ କରିଛନ୍ତି। ସେ ପ୍ରଥମେ ମୋଟୁ ତହସିଲ କାର୍ଯ୍ୟାଳୟକୁ ଯାଇ ବନ୍ୟା ପ୍ରଭାବିତ ଗ୍ରାମଗୁଡିକ ସମ୍ପର୍କରେ ଅତିରିକ୍ତ ତହସିଲଦାର ସବିର ଶାହାଙ୍କ ସହ ଆଲୋଚନା କରିଥିଲେ। ପରେ ୧୦ କ୍ୱିଣ୍ଟାଲ ଚୂଡା, ଦୁଇ କ୍ୱିଣ୍ଟାଲ ଚିନି, ବିସ୍କୁଟ୍‍, ମହମବତୀ, ଦିଆସିଲି, କମ୍ବଳ, ମଶା ଧୁପକାଠି, ସାବୁନ ଭଳି ସାମଗ୍ରୀ ନେଇ ପ୍ରଥମେ ବିନାୟକପୁର, ଆଲମା, କତାଗୁଡା, ମୁରଳିଗୁଡା, ବାରିବାଞ୍ଝା, ପୁରୁଣା ମୋଟୁ ଗ୍ରାମରେ ପୀଡିତଙ୍କୁ ପ୍ରଦାନ କରାଯାଇଛି। ଏଥିସହ ପ୍ରାୟ ୮୦୦ରୁ ଊର୍ଦ୍ଧ୍ବ ଆଦିବାସୀଙ୍କୁ ମଧ୍ୟ ରିଲିଫ ବଣ୍ଟନ କରାଯାଇଛି। ସେହି ଅଞ୍ଚଳର ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ପ୍ୟାକେଟ ଦିଆଯାଇଛି। ପଡୋଶୀ ଆନ୍ଧ୍ର ପ୍ରଦେଶର କୋଇଗୁରୁ, ରେଡିପାଲେମ, କାଲେରୁ ଭଳି ୧୦ରୁ ଊର୍ଦ୍ଧ୍ବ ଗାଁରେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରାଯାଇଛି। ଅଦ୍ୟାବଧି କୌଣସି ସ୍ୱେଚ୍ଛାସେବୀସଙ୍ଗଠନ ଓ ଅନ୍ୟ କେହି ସାହାଯ୍ୟର ହାତ ବଢ଼ାଇ ନ ଥିବାବେଳେ ଲୋକସେବକ ମଣ୍ଡଳ ପ୍ରଥମ ସହାୟତା ଯୋଗାଇଥିବା ସେମାନେ ପ୍ରକାଶ କରିଥିଲେ। ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ଅଦ୍ୟାବଧି ସାହାଯ୍ୟ ଯୋଗାଇ ନ ଥିବା ସ୍ଥାନୀୟ ଲୋକେ‌େ‌ ପ୍ରକାଶ କରିଛନ୍ତି। ଗତ ୭ ଦିନ ଧରି ଆଶ୍ରୟସ୍ଥଳୀରେ ବିଭିନ୍ନ ସ୍ଥାନରେ ଲୋକେ ରହିଥିଲେ। ଆଜି ନିଜ ଘରକୁ ଫେରିଛନ୍ତିା ବହୁ ଘର ଜଳମଗ୍ନ ହୋଇ ନଷ୍ଟ ହୋଇଛି। ମୋଟୁ ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗି ଯାଇଛି। ଆରଆଇଙ୍କ ସହ ଶ୍ରୀ ଜେନା ଆଲୋଚନା କରିଛନ୍ତି। ତୁରନ୍ତ ପୀଡିତଙ୍କୁ ସହାଯ୍ୟ ଯୋଗାଇ ଘର ନିର୍ମାଣ ସହ ଅନ୍ୟାନ୍ୟ କ୍ଷତିପୂରଣ ଯୋଗାଇ ଦେବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ମାଲକାନଗିରି ଜିଲା ‘ସମାଜ’ ପ୍ରତିନିଧି ଗୋପୀକୃଷ୍ଣ ପଟ୍ଟନାୟକ କାର୍ଯ୍ୟ ପରିଚାଳନା କରିଥିଲେ। ମାଲକାନଗିରି ଟିମ୍‍ ଉଇ କ୍ୟାନର ରାମକୃଷ୍ଣ ଭଞ୍ଜ, ଅମରେଶ ମହନ୍ତ, ପିଣ୍ଟୁ ବାବୁ, ମାନସ ବାବୁ ପରିଚାଳନାରେ ସାହାଯ୍ୟ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ନମିତା ଦଣ୍ଡସେନା, ନେହେରୁ ଯୁବ କେନ୍ଦ୍ରର ହରିଶ ରୁପାଲ, ଅମରେଶ କୁମାର, ସୋମେଶ ବାଘ, ସୌରଭ କୁମାର ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏମ୍.ଭି. ୭୯ ‘ସମାଜ’ ପ୍ରତିନିଧି ରାଜେଶ ଓଝା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲୋ

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories