www.samajalive.in
Friday, December 5, 2025
23.1 C
Bhubaneswar

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ବ୍ରହ୍ମପୁରରେ ସିବିଆଇ ଦଳ

ବ୍ରହ୍ମପୁର: ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାର ତଦନ୍ତ ଭାର ନେଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଏକ ଦଳ ବ୍ରହ୍ମପୁରରେ ପହଞ୍ଚିଛନ୍ତି ା ଗୁରୁବାର ସିବିଆଇ ଦଳ ବ୍ରହ୍ମପୁର କୋର୍ଟରେ ପହଞ୍ଚି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି, ସିଲିକନ୍‌ ମାଲିକ ସୁରେଶଚନ୍ଦ୍ର ନାୟକ, ଦଲାଲ ତଥା ଏଜେଣ୍ଟ ଅରବିନ୍ଦ ଦାସ ଓ ସାଗର ଗୌଡ଼ଙ୍କ ଜାମିନ ଆବେଦନକୁ ବିରୋଧ କରିବା ସହ ଏହି ମାମଲା ସିବିଆଇ କୋର୍ଟକୁ ହସ୍ତାନ୍ତର ପାଇଁ ପିଟିସନ ଦାଖଲ କରିଛନ୍ତି ା ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ ସ୍ଥାନାନ୍ତର କରିବାକୁ ସିବିଆଇ ପକ୍ଷରୁ ଆବେଦନ କରାଯାଇଛି।

ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚ ପକ୍ଷରୁ ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାର ତଦନ୍ତ କରାଯାଉଥିବା ବେଳେ କିଛି ଦିନ ତଳେ ମାମଲା ସିବିଆଇ ହାତକୁ ଯାଇଛି। ଦୁଇ ଦିନ ତଳେ ସିବିଆଇର ଏକ ଦଳ ଭୁବନେଶ୍ବର ଠାରେ ବ୍ରହ୍ମପୁର ଏସପିଙ୍କୁ ଭେଟି ମାମଲା ବିଷୟରେ ଆଲୋଚନା କରିଥିଲେ ା ଆଜି ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଏବଂ ସିବିଆଇ ପବ୍ଲିକ ପ୍ରସିକ୍ୟୁଟର(ପିପି) ବ୍ରହ୍ମପୁରରେ ପହଞ୍ଚିଥିଲେ ା ସିବିଆଇ ଟିମ ପ୍ରଥମେ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ପହଞ୍ଚିଥିଲେ ା ଏହି କୋର୍ଟରେ ଅଭିଯୁକ୍ତ ଶଙ୍କର, ସୁରେଶ, ଅରବିନ୍ଦ ଓ ସାଗରଙ୍କ ଜାମିନ ଆବେଦନ ଶୁଣାଣି ଜାରି ରହିଥିବା ବେଳେ ସିବିଆଇର ଓକିଲ ଜାମିନ ଆବେଦନକୁ ବିରୋଧ କରିଥିଲେ ା ଆଜି ଅଭିଯୁକ୍ତ ଶଙ୍କର, ସୁରେଶ ଓ ସାଗରଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା ା ହେଲେ ଅରବିନ୍ଦଙ୍କ ଓକିଲ ଅନୁପସ୍ଥିତ ଥିବାରୁ ତାଙ୍କର ଜାମିନ ଶୁଣାଣି ହୋଇପାରିନଥିଲା ା ଉଭୟ ପକ୍ଷର ଓକିଲଙ୍କଠାରୁ ଶୁଣିବା ପରେ ଭିଜିଲାନ୍ସ ଜଜ ଅଭିଯୁକ୍ତ ଶଙ୍କର, ସୁରେଶ ଓ ସାଗରଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ବୋଲି ଗଞ୍ଜାମ ଜିଲା ପିପି ବିଶ୍ବଜିତ ବରାଳଙ୍କ ଠାରୁ ସୂଚନା ମିଳିଛି ା

- Advertisement -

ଏହାପରେ ସିବିଆଇ ଟିମ୍ ମୂଳ କୋର୍ଟ ତଥା ଜେଏମଏଫସି କୋର୍ଟରେ ପହଞ୍ଚି ଏହି ମାମଲା ତଥା କେସ ରେକର୍ଡ ସିବିଆଇ କୋର୍ଟକୁ ହସ୍ତାନ୍ତର କରିବାକୁ ପିଟିସନ ଦାଖଲ କରିଥିଲେ। ଏହାସହିତ ଜେଲରେ ଥିବା ସମସ୍ତ ୧୧ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରିବାକୁ ପିଟିସନ ମଧ୍ୟ ଦାଖଲ କରିଥିଲେ ା ପିଟିସନ ଦାଖଲ ସମୟରେ ପୂର୍ବରୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଡିଏସପି ସମେତ ଅନ୍ୟ ଅଧିକାରୀ ଓ ବହୁ ପୁଲିସ କର୍ମଚାରୀ କୋର୍ଟରେ ଉପସ୍ଥିତ ଥିଲେ ା ପ୍ରକାଶଥାଉକି, ଏହି ଜାଲିଆତି ମାମଲାକୁ ନେଇ ପ୍ରଥମେ ବ୍ରହ୍ମପୁର ପୁଲିସ ଜିଲାର ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସେପ୍ଟେମ୍ବର ୨୯ ତାରିଖ ରାତିରେ ୩ଟି ବସ୍‌ରେ ଆନ୍ଧ୍ରପ୍ରଦେଶ ଯାଉଥିବା ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲଙ୍କୁ ବ୍ରହ୍ମପୁର ପୁଲିସ କାବୁ କରିଥିଲା ା ଏହାପରେ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ା କ୍ରାଇମବ୍ରାଞ୍ଚ ଏହି ଜାଲିଆତିର ମାଷ୍ଟରମାଇଣ୍ଡକୁ ମିଶାଇ ଆଉ ୮ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ କୋର୍ଟ ଜାମିନ ପ୍ରଦାନ କରି ସାରିଥିବା ବେଳେ ୧୧ ଜଣ ଦଲାଲ ଓ ଏଜେଣ୍ଟ ଏବେ ମଧ୍ୟ ବ୍ରହ୍ମପୁର ଜେଲରେ ରହିଛନ୍ତି ା

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories