ରୋହତକ: ଜମି ଜାଲିଆତି ମାମଲାରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଦାଙ୍କ ବାସଭବନରେ ସିବିଆଇ ଚଢ଼ଉ କରିଛି। ଏହି ମାମଲାରେ ସିବିଆଇ ଆଜି ସକାଳୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ୩୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି। କଂଗ୍ରେସ ସହିତ ସମ୍ପୃକ୍ତ ନ୍ୟାଶ୍ନାଲ୍ ହେରାଲ୍ଡ ସମ୍ବାଦପତ୍ରକୁ ହରିଆଣା ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜମି ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା। ତତ୍କାଳୀନ ହରିଆଣା ମୁଖ୍ୟମନ୍ତ୍ରୀ ହୁଦାଙ୍କ ଅଧୀନରେ ଉକ୍ତ ବିଭାଗ ଥିଲା। ତେଣୁ ଦୁର୍ନୀତିରେ ଶ୍ରୀ ହୁଦାଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲା। ଏହି ମାମଲାରେ ୨୦୧୬ରେ ହରିଆଣା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।
ହରିଆଣାର ପଞ୍ଚକୁଲାଠାରେ ୧୯୮୨ରେ ପ୍ରଥମେ ଏହି ଜମି ନ୍ୟାଶନାଲ ହେରାଲ୍ଡକୁ ଯୋଗାଇ ଦିଆଯାଇଥିଲା। କିନ୍ତୁ ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ନ ହେବାରୁ ୧୯୯୬ରେ ଜମି ଫେରାଇ ଅଣାଯାଇଥିଲା। ୨୦୦୫ରେ ହୁଦାଙ୍କ ଅମଳରେ ପୁଣି ଥରେ ଜମିକୁ ନ୍ୟାଶ୍ନାଲ୍ ହେରାଲ୍ଡକୁ ଦିଆଯାଇଥିଲା।
ହୁଦାଙ୍କ ଘରେ ସିବିଆଇ ଚଢ଼ଉ
Popular Categories



