www.samajalive.in
Sunday, December 14, 2025
19.1 C
Bhubaneswar

ନିଖୋଜ ଜେଏନୟୁ ଛାତ୍ର ନଜୀବଙ୍କୁ ଖୋଜିବା ବନ୍ଦ କଲା ସିବିଆଇ, ଦାଖଲ କଲା କ୍ଲୋଜର ରିପୋର୍ଟ

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଛାତ୍ର ନଜୀବ ଅହମ୍ମଦଙ୍କ ନିଖୋଜ ଘଟଣା ଉପରେ ସିବିଆଇ ସୋମବାର କ୍ଲୋଜର ରିପୋର୍ଟ (ମାମଲା ବନ୍ଦ) ଦାଖଲ କରିଛି। ୨୦୧୬ ଅକ୍ଟୋବର ୧୫ରୁ ନଜୀବ ଜେଏନୟୁର ମାହି-ମାଣ୍ଡବ ହଷ୍ଟେଲରୁ ନିଖୋଜ ହୋଇଯାଇଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଛାତ୍ରଙ୍କ ସହିତ ତାଙ୍କର ସଂଘର୍ଷ ହେବା ପରେ ସେ ନିଖୋଜ ହୋଇଯାଇଥିଲେ। ନଜୀବଙ୍କୁ ଖୋଜିବା ଲାଗି ଦିଲ୍ଲୀ ପୁଲିସ ପ୍ରଥମେ ଉଦ୍ୟମ କରି ବିଫଳ ହୋଇଥିଲା। ନଜୀବଙ୍କ ମା’ ଫତିମାଙ୍କ ଆବେଦନକ୍ରମେ ଦିଲ୍ଲୀ ହାଇକୋର୍ଟ ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ। ୨୦୧୭ ମେ ୧୬ରୁ ସିବିଆଇ ନଜୀବଙ୍କ ନିଖୋଜ ହେବା ସମ୍ପର୍କରେ ତଦନ୍ତ କରିଥିଲା। ମାତ୍ର ସିବିଆଇ ମଧ୍ୟ ଏହି ମାମଲାରେ ବିଫଳ ହୋଇଥିଲା। ଫଳରେ ସିବିଆଇ କ୍ଲୋଜର ରିପୋର୍ଟ ଦାଖଲ କରିବାକୁ କହିଥିଲା। ସିବିଆଇର ଏହି ଆବେଦନକୁ ଅଦାଲତ ଅନୁମୋଦନ କରିଥିଲେ। ତେବେ ସିବିଆଇର ଏହି କ୍ଲୋଜର ରିପୋର୍ଟକୁ ଫତିମାଙ୍କ ଓକିଲ ବିରୋଧ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories