ଭାରତରେ ହୃଦଘାତ ମୃତ୍ୟୁ ହାର ବଢ଼ୁଛି

0

ନୂଆଦିଲ୍ଲୀ: ଭାରତରେ ହୃଦଘାତ ଜନିତ ମୃତ୍ୟୁ ହାର ଗତ ୧୫ ବର୍ଷ ଭିତରେ ବୃଦ୍ଧି ପାଇଛି। ଅପରପକ୍ଷରେ ଆମେରିକାରେ ଏହି ଧରଣର ମୃତ୍ୟୁ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇବାରେ ଲାଗିଛି। ୧୯୯୦ରୁ ୨୦୧୬ ମଧ୍ୟରେ ଆମେରିକାରେ ହୃଦ୍‍ଘାତ ଜନିତ ମୃତ୍ୟୁ ହାର ୪୧% ହ୍ରାସ ପାଇଛି। ଅପରପକ୍ଷରେ ଭାରତରେ ସେହି ସମୟ ମଧ୍ୟରେ ମୃତ୍ୟୁ ହାର ୩୪% ବୃଦ୍ଧି ପାଇଛି। ଆମେରିକାନ୍‍ କଲେଜ୍‍ ଅଫ୍‍ କାର୍ଡିଓଲଜି ନାମକ ଏକ ପତ୍ରିକାରେ ଏ ବିଷୟରେ ତଥ୍ୟ ଦିଆଯାଇଛି।
ଏହାର କାରଣ ଓ ନିରାକରଣ ସମ୍ପର୍କରେ ପତ୍ରିକାରେ ଉଲ୍ଲେଖ ରହିଛି ଯେ ଉଚ୍ଛୃଙ୍ଖଳ ଜୀବନଶୈଳୀ, ଅତିରିକ୍ତ ତମାଖୁ ସେବନ, ରକ୍ତକୋଷିକାରେ ଚର୍ବିଜାତୀୟ ପଦାର୍ଥ ମାତ୍ରା ବୃଦ୍ଧି, ଉଚ୍ଚରକ୍ତଚାପ ଯୋଗୁଁ ହୃଦ୍‍ଘାତ ଆଶଙ୍କା ବଢ଼ିବାରେ ଲାଗିଛି। ଏଥିରେ ସଂଯମତା ରକ୍ଷା କରି ପାରିଲେ ହୃଦ୍‍ଘାତ ଆଶଙ୍କା ହ୍ରାସ କରାଯାଇପାରେ।
ସେହିପରି ଏହାର ନିରାକରଣ ପାଇଁ ସରକାରଙ୍କ ସ୍ୱାସ୍ଥ୍ୟ ନୀତି ଓ ଯୋଜନା ଉପରେ ମଧ୍ୟ ପତ୍ରିକାରେ ଗୁରୁତ୍ୱାରୋପ କରାଯାଇଛି। ୨୦୨୫ ସୁ୍‍ଦ୍ଧା ହୃଦ୍‍ଘାତରେ ୩୦ ରୁ ୭୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କ ମୃତ୍ୟୁ ହାର ୨୫% ହ୍ରାସ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ଧାର୍ଯ୍ୟ କରିଛି।

Leave A Reply