www.samajalive.in
Saturday, December 6, 2025
23.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲ: ଆଇପିଡି ରୋଗୀଙ୍କ କରୋନା ପରୀକ୍ଷା ବାଧ୍ୟତାମୂଳକ

ଭୁବନେଶ୍ବର : କରୋନାକୁ ଦୃଷ୍ଟିରେ କ୍ୟାପିଟାଲ ହସ୍ପିଟାଲରେ ଏଣିକି ଆଇପିଡି ରୋଗୀଙ୍କ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯିବ। ଯେଉଁ ରୋଗୀମାନେ ଗୁରୁତର ହୋଇ ୱାର୍ଡରେ ଚିକିତ୍ସିତ ହେବେ ସେମାନଙ୍କ ପରୀକ୍ଷା କରାଯିବ। ପୂର୍ବରୁ କେବଳ ଲକ୍ଷଣ ଥିବା ରୋଗୀଙ୍କ କରୋନା ପରୀକ୍ଷା କରାଯାଉଥିବାବେଳେ ଏବେ ଏହାକୁ ହଟାଇ ସବୁ ଆଇପିଡି ରୋଗୀଙ୍କ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି। ‌େ‌ଗାଟିଏ ପଟେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଟିକାଦାନ ହାର ମଧ୍ୟ ବୃଦ୍ଧି କରାଯାଉଛି। ଏହାସତ୍ତ୍ବେ ବି ଅଧିକ ସଂଖ୍ୟାରେ ପରୀକ୍ଷା କରାଯାଉଛି। ଯେହେତୁ ବିଭିନ୍ନ ଜିଲାରୁ ଏଠାକୁ ରୋଗୀ ଚିକିତ୍ସିତ ହେବାକୁ ଆସୁଛନ୍ତି ତେଣୁ ରୋଗୀଙ୍କ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରାରମ୍ଭରେ ଆଣ୍ଟିଜେନ ପରୀକ୍ଷା କରାଯିବ ଏବଂ ଯଦି ଆବଶ୍ୟକ ପଡ଼େ ସେମାନଙ୍କର ଆରଟିପିସିଆର ପରୀକ୍ଷା କରାଯିବ ବୋଲି ହସ୍ପିଟାଲ ନିର୍ଦେଶକ କହିଛନ୍ତି।

ବର୍ତ୍ତମାନର ସ୍ଥିତିକୁ ନେଇ ହସ୍ପିଟାଲରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କିଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ ଏବଂ ସରକାର ଜାରି କରିଥିବା ନିୟମକୁ ଲୋକେ ମାନିବେ ସେ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଦିନକୁ ୩୦୦୦ରୁ ଅଧିକ ରୋଗୀ ହସ୍ପିଟାଲକୁ ଆସୁଛନ୍ତି। ପ୍ରାୟ ୪୦୦ ରୋଗୀ ଆଇପିଡିରେ ଚିକିତ୍ସିତ ହେଉଛନ୍ତି। ଏହି ରୋଗୀଙ୍କ ପ୍ରଥମେ ଆଣ୍ଟିଜେନ ପରୀକ୍ଷା କରାଯିବ ଏବଂ ରିପୋର୍ଟ ନେଗେଟିଭ ଆସିବା ପ‌େ‌ର ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories