www.samajalive.in
Saturday, December 13, 2025
15.1 C
Bhubaneswar

ଓଡ଼ିଶା ଲୋକସଭା ନିର୍ବାଚନ ; ନାଇଡୁ ସବୁଠାରୁ ଧନୀ, ଜଣେ ୫ମ ଶ୍ରେଣୀ ପାସ୍

ଭୁବନେଶ୍ୱର : ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅଳ୍ପ କିଛିଦିନ ରହିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ବିଷୟରେ ଜାଣିବା ପାଇଁ  ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଆସନ୍ତା ୧୧ ତାରିଖରେ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ୪ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ମତଦାନ ହେବ। ଏହି ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶା ଇଲେକସନ ୱାଚ ତରଫରୁ ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ (ଏଡିଆର) ମାଧ୍ୟମରେ ଏହି ସମସ୍ତ ପ୍ରାର୍ଥୀ ମାନଙ୍କ ଅପରାଧ, ସମ୍ପତ୍ତି, ଶିକ୍ଷା, ବୟସ ଆଦି ବିଭିନ୍ନ ଦିଗର ଅନୁଧ୍ୟାନ କରାଯାଇଛି। ଏହି ଚାରୋଟି ଲୋକସଭା ଆସନ ପାଇଁ ୨୬ ପ୍ରାର୍ଥୀ ମୈଦାନରେ ଅଛନ୍ତି।
ଅପରାଧ – ଏହି ୨୬ଜଣ ପ୍ରାର୍ଥୀ ମାନଙ୍କ ମଧ୍ୟରୁ ୬ଜଣ ପ୍ରାର୍ଥୀଙ୍କ ନାମରେ ଭିଭିନ୍ନ ଅପରାଧିକ ମାମଲା ରହିଛି । ଦଳଗତ ଭିତ୍ତିରେ ଦେଖିବାକୁ ଗଲେ ୨ଜଣ ବିଜେପି ପ୍ରାର୍ଥୀ, ୩ଜଣ କଂଗ୍ରେସ ପ୍ରାର୍ଥୀ, ଜଣେ ପ୍ରାର୍ଥୀ ସିପିଆଇ(ଏମଏଲ)ରେଡ ଷ୍ଟାରଙ୍କ  ନାମରେ ଅପରାଧିକ ମାମଲା ରହିଛି ।
ସମ୍ପତ୍ତି – ସମସ୍ତ ୨୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୦ଜଣ ପ୍ରାର୍ଥୀ କୋଟିପତି ରହିଛନ୍ତି। ଏହି ୧୦ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧କୋଟିରୁ ଊର୍ଦ୍ଧ୍ବ ରହିଛି। ଦଳଗତ ଭିତ୍ତିରେ ଦେଖିବାକୁ ଗଲେ ୩ଜଣ ବିଜେପି, ୩ଜଣ ବିଜେଡି, ୩ଜଣ କଂଗ୍ରେସ, ଜଣେ ସ୍ୱାଧିନ ପ୍ରାର୍ଥୀ ମଧ୍ୟ ଏହି କୋଟିପତି ତାଲିକାରେ ରହିଛନ୍ତି।
ଏହି ସମସ୍ତ ପ୍ରାର୍ଥୀମାନଙ୍କ ମଧ୍ୟରୁ କଂଗ୍ରେସର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ ସବୁଠାରୁ ଧନୀ ରହିଛନ୍ତି। ନାୟିଡୁଙ୍କ ସମ୍ପତ୍ତି ୩୬କୋଟି ଟଙ୍କାରୁ ଊର୍ଦ୍ଧ୍ବ ରହିଛି। ଦ୍ୱିତୀୟରେ ବିଜେପିର ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝି ଓ ତୃତୀୟରେ ବିଜେପିର କୋରାପୁଟ ଲୋକସଭା ପ୍ରାର୍ଥୀ ଜୟରାମ ପାଙ୍ଗୀ ରହିଛନ୍ତି।
ସେହିପରି ସବୁଠାରୁ ଗରିବ ପ୍ରାର୍ଥୀ କୋରାପୁଟ ସିପିଆଇ(ଏମଏଲ)ରେଡ ଷ୍ଟାର ପ୍ରାର୍ଥୀ ରାଜେନ୍ଦ୍ର କେନ୍ଦ୍ରୁକା ରହିଛନ୍ତି। ତାଙ୍କ ପାଖରେ ବର୍ତ୍ତମାନ ୫୬୫ ଟଙ୍କା ଥିବା ଜଣାପଡିଛି। ଦ୍ୱିତୀୟରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କେ.ଶ୍ୟାମବାବୁ ସୁବୁଦ୍ଧି ଓ ତୃତୀୟରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ସିପିଆଇ(ଏମଏଲ)(ଏଲ) ପ୍ରାର୍ଥୀ ଦାମୋଦର ଶବର ରହିଛନ୍ତି।
ଏମାନଙ୍କ ମଧ୍ୟରୁ ୧୦ଜଣ ପ୍ରାର୍ଥୀ ଆୟକର ରିଟର୍ଣ୍ଣ ତାଲିକା ଦେଇନାହାନ୍ତି। ସେହିପରି କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ରାଜେନ୍ଦ୍ର କେନ୍ଦ୍ରୁକା ପାନ କାର୍ଡ ବିବରଣୀ ଦେଇନାହାନ୍ତି।
ଶିକ୍ଷା – ସମସ୍ତ ୨୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ୫ମ ଶ୍ରେଣୀ ପାସ, ୨ଜଣ ପ୍ରାର୍ଥୀ ୮ମ ଶ୍ରେଣୀ ପାସ, ୪ଜଣ ପ୍ରାର୍ଥୀ ୧୦ମ ଶ୍ରେଣୀ ପାସ, ୫ଜଣ ପ୍ରାର୍ଥୀ ଯୁକ୍ତ ଦୁଇ ପାସ, ୬ଜଣ ପ୍ରାର୍ଥୀ ସ୍ନାତକ ଓ ଦୁଇ ଜଣ ପ୍ରାର୍ଥୀ ସ୍ନାତକୋତ୍ତ ରହିଛନ୍ତି।
ବୟସ – ସେହିପରି୨୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କ ବୟସ ୨୫-୩୦ ବର୍ଷ, ୫ଜଣ ପ୍ରାର୍ଥୀ ୩୧-୪୦, ୬ଜଣ ପ୍ରାର୍ଥୀ ୪୧-୫୦ ବର୍ଷ, ୬ଜଣ ପ୍ରାର୍ଥୀ ୫୧-୬୦ ବର୍ଷ, ୭ଜଣ ପ୍ରାର୍ଥୀ ୬୧-୭୦ ବର୍ଷ, ଜଣେ ପ୍ରାର୍ଥୀ ୮୧-୯୦ ବର୍ଷ ବୟସର ଅଟନ୍ତି।
ଏହି ଚାରୋଟି ଲୋକସଭା ନିର୍ବାଚନ ଆସନ ପାଇଁ ୨୬ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଦୁଇ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories