www.samajalive.in
Thursday, December 11, 2025
27.1 C
Bhubaneswar

ମାଲକାନଗିରିରେ ବିଜେଡିର ମିଶ୍ରଣ ପର୍ବ; ଶଙ୍ଖକୁ ସମର୍ଥନ ଦେଲେ ଉଦୟ

ମାଲକାନଗିରି : ଏକ ନାଟକୀୟ ମୋଡରେ ମାଲକାନଗିରି ବିଜେଡି ପହଞ୍ଚିଛି।। କଂଗ୍ରେସ ଓ ବିଜେପିର ବହୁ ନେତା ଓ କର୍ମୀ ଦଳରେ ସାମିଲ ହୋଇଛନ୍ତି। ରବିବାର ମାଲକାନଗିରି ନିର୍ୱାଚନ ମଣ୍ଡଳୀ ସ୍ୱାଧୀନ ପ୍ରାର୍ଥୀ ଭ।ବେ ନାମାଙ୍କନ ଦାଖଲ କରିଥିବା ଉଦୟ ବୁରୁଦା ଯିଏ ପୂର୍ୱରୁ ବିଜେଡି ଦଳରେ ଥିଲେ। ତେବେ ପଞ୍ଚାୟତ ନିର୍ୱାଚନ ପରେ ବିଜେପିକୁ ସମର୍ଥନ କରିଥିଲୋ ତେବେ ଉଦୟଙ୍କୁ ନେଇ ବିଜୁ ଜନତା ଦଳ ଆଦିବାସୀ କାର୍ଡ ଖେଳିବାକୁ ଯାଉଛି। ରବିବାର ଦଳ ସଭାପତି ମାନସ ମାଡକାମି ଓ ପୂର୍ୱତନ ସମ୍ପାଦକ ଗୋପାଳ ପଣ୍ଡା, ପୂର୍ୱତନ ମାଲକାନଗିରି ପୌରାଧ୍ୟ କ୍ଷ ରାଜବନ୍ତ କୌର ପ୍ରମୁଖଙ୍କ ସମ୍ମୁଖରେ ନିଜ ସମର୍ଥକଙ୍କ ସହ ଆଜି ଉଦୟ ଶଙ୍ଖକୁ ସମର୍ଥନ କରିଥିବା କହିଛନ୍ତିା ଚଳିତ ନିର୍ୱାଚନରେ ଉଦୟ ନାମାଙ୍କନ ଦାଖଲ ପରେ ବିଭିନ୍ନ ଦଳ ପ କ୍ଷରୁ ଉଦୟଙ୍କୁ ନାମାଙ୍କନ ପତ୍ର ପ୍ରତ୍ୟାହାର ନେଇ ବହୁ ଚାପ ପଡିଥିଲ।। ତଥାପି ଉଦୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନଥିଲୋ କିନ୍ତୁ ରବିବାର ଦଳର ତୁଙ୍ଗନେତାମାନେ ଉଦୟ ସହ ମିଶି ଆଲୋଚନା ପରେ ଉଦୟ ୨୦ରୁ ଊର୍ଦ୍ଧ୍ବ କଂଗ୍ରେସ ଓ ଭାଜପାର ନିଜ ସମର୍ଥକଙ୍କ ସହ ଦଳୀୟ କାର୍ଯ୍ୟାଳୟକୁ ଆସି ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମୁକୁନ୍ଦ ସୋଡିଙ୍କୁ ନିଜର ସମର୍ଥନ ଜଣାଇଛନ୍ତିା ତେବେ ଉଦୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ ଭୋଟ ବିଭାଜନ ହେବାର ଆଶଙ୍କା ରହିଥିଲ।। ଉଦୟର ମିଶ୍ରଣ ପରେ ଦଳ ଆହୁରି ଶକ୍ତିଶାଳୀ ହୋଇଛି ଏବଂ ଆଗାମୀ ଦିନରେ ମାଲକାନଗିରିରେ ବିଜେଡିକୁ ଲୋକ ସମର୍ଥନ କରିବେ ବୋଲି ସଭାପତି ଶ୍ରୀ ମାଡକାମି ପ୍ରକାଶ କରିଛନ୍ତିା

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories