ମାଲକାନଗିରି : ମାଲକାନଗିରି ଜିଲ୍ଲାର ଏମଭି-୦୨ ନିକଟରେ ପଟେରୁ ତାମସା ମୁଖ୍ୟ କେନାଲ ବନ୍ଧ ଭାଙ୍ଗିଯାଇଛି। ଫଳରେ ଗ୍ରାମର ୬ ଜଣକଙ୍କ ଘରେ ପାଣି ପଶିବା ସହିତ ବହୁ ଚାଷ ଜମି ଜଳମଗ୍ନ ହେଇଛି। ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ କେନାଲ ବନ୍ଧ ଭାଙ୍ଗିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି। କେନାଲ ବନ୍ଧ ଦୁର୍ବଳ ଥିବା ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ହେଁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।




