www.samajalive.in
Friday, December 5, 2025
26.1 C
Bhubaneswar

୪ ରାଜ୍ୟ ଓ ପୁଡ଼ୁଚେରୀରେ ୬ ତାରିଖରେ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ

ନୂଆଦିଲ୍ଲୀ :  ତାମିଲନାଡ଼ୁ, କେରଳ ଓ ପୁଡ଼ୁଚେରୀରେ ଆସନ୍ତା ୬ ତାରିଖ ମଙ୍ଗଳବାର ଦିନ ଗୋଟିଏ ପର୍ଯ୍ୟାୟରେ ଏବଂ ଆସାମ ଓ ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଭୋଟ୍‍ଗ୍ରହଣ ପାଇଁ ପ୍ରଚାର କାର୍ଯ୍ୟ ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ତାମିଲନାଡ଼ୁର କନ୍ୟାକୁମାରୀ ଓ କେରଳର ମଲ୍ଲାପୁରମ୍‍ ଲୋକସଭା ଆସନ ପାଇଁ ଉପନିର୍ବାଚନ ମଧ୍ୟ ଏହି ଦିନ ଅନୁଷ୍ଠିତ ହେବ।
ତୃତୀୟ ପର୍ଯ୍ୟାୟରେ ଆସାମର ୪୦ଟି ଆସନ ଓ ପଶ୍ଚିମବଙ୍ଗର ୩୧ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ତାମିଲ୍‍ନାଡ଼ୁର ୨୩୪ଟି, କେରଳର ୧୪୦ଟି ଓ ପୁଡ଼ୁଚେରୀର ୩୦ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ପ୍ରଚାରର ଶେଷ ଦିନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ନୋୱାଲ, ରାଜ୍ୟଶାଖା ବିଜେପି ସଭାପତି ରଞ୍ଜିତ କୁମାର ଦାସ ଓ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନ୍‍ଡିଏ ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ନିର୍ବାଚନୀ ସଭାରେ ଭୋଟ୍‍ ପାଇଁ ନିବେଦନ କରିଛନ୍ତି।
ଆସାମ ଜାତୀୟ ପରିଷଦ ସଭାପତି ଲୁରିନ୍‍ଜ୍ୟୋତି ଗୋଗେଇ,ଏଆଇୟୁଡିଏଫ୍‍ ସଭାପତି ବଦ୍‍ରୁଦିନ ଅଜମଲ, ରାଜ୍ୟ କଂଗ୍ରେସ ସଭାପତି ରିପୁନ୍‍ ବୋରା ଓ ଅନ୍ୟ ବରିଷ୍ଠ ନେତାମାନେ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ନିର୍ବାଚନୀ ସଭାରେ ପ୍ରଚାର କରିଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories