www.samajalive.in
Saturday, December 6, 2025
19.1 C
Bhubaneswar

ରାତ୍ରିକାଳୀନ କର୍ଫ୍ୟୁ ଉଲ୍ଲଂଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ : ଏସପି ବାଟ୍ଟୁଲ ଗଙ୍ଗାଧର

ସମ୍ବଲପୁର :  ଆସନ୍ତା ୫ ତାରିଖ ସୋମବାର ରାତ୍ରିରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ପଶ୍ଚିମ ଓଡିଶାର ୧୦ଟି ଜିଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଉଛି। ସରକାରଙ୍କ ନିର୍ଦ୍ଦେଶକୁ ଜିଲାରେ କିଭଳି ଭାବରେ କାର୍ଯ୍ୟକାରି କରାଯିବ ସେ ନେଇ ସମ୍ବଲପୁର ଏସପି ବାଟ୍ଟୁଲା ଗଙ୍ଗାଧର ରବିବାର ଜିଲା ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ଏସପି ଗଙ୍ଗାଧର କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦେଖି ସରକାର ଜାରି କରିଥିବା ନିର୍ଦ୍ଦେଶକୁ ୫ ତାରିଖ ରାତ୍ରିରୁ କଡାକଡି ଭାବରେ ଜିଲାରେ ଲାଗୁ କରାଯିବ। ସେଥି ପାଇଁ ଜିଲାର ସମସ୍ତ ଥାନାଞ୍ଚଳ ଗୁଡିକରେ ବ୍ଲକିଂ କରାଯାଇ ଚେକିଂ ବ୍ୟବସ୍ଥା କରାଯାଇଛି। ରାତ୍ରି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କୌଣସି ଜରୁରୀ କାର୍ଯ୍ୟ ଥିଲେ ଯାଇ ବାହାରକୁ ବାହାରିବେ। ବିନା କାରଣରେ ବାହାରକୁ ବାହାରିଲେ କିମ୍ବା ଆଇନ ଉଲ୍ଲଂଘନ କରି ପ୍ରତିଷ୍ଠାନ ଖୋଲା ରଖିଲେ କଡା ଜରିମାନା, ଥାନାରେ ମାମଲା ରୁଜୁ, ପ୍ରତିଷ୍ଠାନ ସିଲ୍ ଆଦି କଡା କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ ନିଆଯିବ। ଯଦି କୌଣସି ଜରୁରୀ କାଳୀନ ସେବା ପାଇଁ ଘରୁ ବାହାରିବା ନିୟମ ନେଇ ସନ୍ଦେହ ହେଲେ ୧୦୦ କିମ୍ବା ୧୧୨ ସହାୟତା ନମ୍ବରକୁ ଡାଏଲ କରି ସହାୟତା ନେଇ ପାରିବେ। ପ୍ରତ୍ୟେକ ଥାନାରେ ଆଇନ ଶୃଙ୍ଖଳା ପାଇଁ ଥାନାର କର୍ମଚାରୀ ମାନଙ୍କ ସହିତ ଅତିରିକ୍ତ ଫୋର୍ସ ରହିଛନ୍ତି। ଏହା ସହିତ ଥାନା ଗୁଡିକରେ ପିସିଆର ଭ୍ୟାନ, ଇଆରଭି ଯାନ ମଧ୍ୟ ନିୟୋଜିତ କରାଯିବ।

ଏସପି ଶ୍ରୀ ଗଙ୍ଗାଧର କହିଛନ୍ତି ଯେ, ଜିଲାର ସୀମାବର୍ତ୍ତୀ ଅଞ୍ଚଳ ସମେତ ୧୪ଟି ସ୍ଥାନ ଯଥା ସମ୍ବଲପୁର ମୋଦିପଡା ଛକ, ଲକ୍ଷ୍ମୀ ଟକିଜ ଛକ, ଧନୁପାଲି ଛକ, ଅଇଁଠାପାଲି ଛକ, କ୍ଷେତରାଜପୁର ରେଳ ଷ୍ଟେସନ ଛକ ସମେତ ସଦର ଥାନାର ସିନ୍ଦୁରପଙ୍କ ଛକ, ଶାସନ ଥାନାର ଟୋଲ ଗେଟ, ରେଙ୍ଗାଲି ଥାନାର ରେଙ୍ଗାଲି ଛକ, ଠେଲକୁଲି ଥାନାର ଭୂଷଣ ଛକ, ବୁର୍ଲା ଥାନା ଛକ, ହୀରାକୁଦ ଥାନାର ମା ସନ୍ତୋଷୀ ମନ୍ଦିର ଛକ, ରେଢ଼ାଖୋଲ ଥାନାର ଭୀମ ଭୋଇ ଛକ, କୁଚିଣ୍ଡା ଥାନାର ସଇଡା ଛକ ଏବଂ ଗୋଶାଳା ଛକ ଗୁଡିକରେ ରାତ୍ରିକାଳୀନ ସ୍ୱତନ୍ତ୍ର ଷ୍ଟାଷ୍ଟିକ ପୋଷ୍ଟ କରାଯାଇଛି। ଏହି ପୋଷ୍ଟ ଗୁଡିକରେ ବ୍ୟାପକ ଯାଞ୍ଚ କରାଯିବ। ଏହା ଛଡା ପିସିଆର ଭ୍ୟାନ ସହିତ ସ୍ୱତନ୍ତ୍ର ପେଟ୍ରୋଲିଂ ଦଳ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁକୁ ଲାଗୁ କରିବା ପାଇଁ ପେଟ୍ରୋଲିଂ କରିବେ। ଏତଦ ବ୍ୟତିତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବ ପ୍ରଦାନ କରୁଥିବା ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ଜରୁରୀକାଳୀନ କାର୍ଯ୍ୟରେ ଯାଉଥିବା ବ୍ୟକ୍ତି ମାନକୁ ଯାତାୟାତରେ କୌଣସି ଅସୁବିଧା ହେବ ନାହିଁ ବୋଲି ଏସପି ଗଙ୍ଗାଧର କହିଛନ୍ତି। କରୋନା ଭଳି ମହାମାରୀକୁ ହରାଇବା ଏବଂ ସମସ୍ତଙ୍କୁ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ ସମେତ ସରକାରଙ୍କ ଦ୍ୱାରା ଜାରି କୋଭିଡ-୧୯ ଗାଇଡଲାଇନକୁ କଡାକଡି ପାଳନ କରି ପୁଲିସ ପ୍ରଶାସନକୁ ସହାୟତା କରିବା ପାଇଁ ଏସପି ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

- Advertisement -

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories