www.samajalive.in
Saturday, December 13, 2025
26.1 C
Bhubaneswar

ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ

ବାଙ୍କୀ: ଫେବୃୟାରୀ ୨୪ ତାରିଖରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍କୀ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ଜିଲ୍ଲାପରିଷଦ ଜୋନ ୩୪, ୩୫ ଓ ୩୬ ନମ୍ବରର ୫୧ହଜାର ୮୧୧ଜଣ ମତଦାତା ୩୩୩ ୱାର୍ଡରୁ ନିଜର ମତଦାନ କରି ନିର୍ଣ୍ଣାୟକ ପ୍ରାର୍ଥୀ ଚୟନ କରିବେ। ଏହି ପରିପ୍ରେକ୍ଷୀରେ ପ୍ରତି ଜୋନ ପରି ରବିବାର ୩୫ନଂ ଜୋନର ବରପୁଟ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯଥାକ୍ରମେ ପଦଯାତ୍ରା, ମୋଟରସାଇକେଲ ଶୋଭାଯାତ୍ରା ଓ ଜିପରେ ପ୍ରଚାର କାର୍ଯ୍ୟ କରିଛନ୍ତି। ଯୋଡହସ୍ତରେ ବିଜୁ ଜନତା ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ ସଞ୍ଜୟ ପାତ୍ର, ବିଜୁ ଜନତା ଦଳ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଅଶୋକ ମିଶ୍ର ଏବଂ ସମିତିସଭ୍ୟା ମମତା ଦେହୁରୀଙ୍କୁ ବରପୁଟ ପଞ୍ଚାୟତରୁ ନିର୍ବାଚିତ କରିବା ପାଇଁ ଭୋଟ ଭିକ୍ଷା କରିଛନ୍ତି। ବରପୁଟ ପଞ୍ଚାୟତର ଆଗଧାଡିର ମୁରବି ବିଜୟ ପତିହାରୀ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତଙ୍କ ସହିତ ପଞ୍ଚାୟତର ବହୁ ଆଗଧାଡିର କର୍ମୀମାନେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ। ବରପୁଟ ପଞ୍ଚାୟତର ୨୧ଟି ୱାର୍ଡର ୩ ହଜାର ୫୨୩ ପୁରୁଷ ଏବଂ ୩ ହଜାର ୧୨୩ ମହିଳା ଚଳିତ ନିର୍ବାଚନରେ ନିଜର ମତଦାନ କରିବେ ବୋଲି ସୂଚନା ମିଳିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories