www.samajalive.in
Friday, December 5, 2025
26.1 C
Bhubaneswar

ପ୍ରଶାସନିକ ସେବା ଅଧିକାରୀଙ୍କୁ ସଂସ୍କୃତି ଶିକ୍ଷା, ‘ମିଶନ୍‍ କର୍ମଯୋଗୀ’କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

କେନ୍ଦ୍ର କ୍ୟାବିନେଟ୍‍ ‘ମିଶନ୍‍ କର୍ମଯୋଗୀ – ପ୍ରଶାସନିକ ସେବା ଦକ୍ଷତା ବୃଦ୍ଧି ଜାତୀୟ କାର୍ଯ୍ୟକ୍ରମ’କୁ ଅନୁମୋଦନ କରିଛି। ଏହି ଯୋଜନା ପ୍ରଶାସନିକ ସେବା ଅଫିସରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଭିତ୍ତିଭୂମି ଯୋଗାଇବା ଫଳରେ ସେମାନେ ଭାରତୀୟ ସଂସ୍କୃତି ସହ ଜଡ଼ିତ ରହି ବିଶ୍ୱର ସର୍ବୋତ୍କୃଷ୍ଟ ପଦ୍ଧତି ଶିଖି ପାରିବେ।

- Advertisement -

ମିଶନ୍‍ କର୍ମଯୋଗୀ ଭାରତୀୟ ପ୍ରଶାସନିକ ସେବା ଅଫିସରମାନଙ୍କୁ ଭବିଷ୍ୟତ ପାଇଁ ଗଢ଼ିବା ଲକ୍ଷ୍ୟରେ ଆରମ୍ଭ କରାଯାଉଛି। ଏହା ସେମାନଙ୍କ ମଧ୍ୟରେ ସୃଜନଶୀଳତା, ଗଠନମୂଳକ ଭାବନା, ନବୀକରଣ ଭାବନା, ସକ୍ରିୟତା ଓ ପେଷାଦାରିତା ଆଦି ବିକଶିତ କରିବା ସହ ସେମାନଙ୍କୁ ଅଧିକ ସ୍ୱଚ୍ଛ ଉପାୟରେ କାର୍ଯ୍ୟ କରିବା ଓ ବୈଷୟିକ ଜ୍ଞାନର ଉପଯୋଗ କରିବାକୁ ସକ୍ଷମ କରିବ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି, କର୍ମଯୋଗୀ ମିଶନ୍‍ ମାନବ ସମ୍ବଳ ବିକାଶ ଦିଗରେ ସରକାରଙ୍କର ସର୍ବବୃହତ କାର୍ଯ୍ୟକ୍ରମ ହେବ। ଏହି ମିଶନ୍‍ରେ ପ୍ରଧାନମନ୍ତ୍ରୀଙ୍କ ମାନବ ସମ୍ବଳ ପରିଷଦ, ଦକ୍ଷତା ବୃଦ୍ଧି କମିଶନ୍‍, ଡିଜିଟାଲ୍‍ ସମ୍ପଦଗୁଡ଼ିକର ପରିଚାଳନା ଓ ଅନ୍‍ଲାଇନ୍‍ ତାଲିମ୍‍ ପାଇଁ ବୈଷୟିକ ପ୍ଲାଟଫର୍ମ ଓ କ୍ୟାବିନେଟ୍‍ ସଚିବଙ୍କ ଅଧୀନସ୍ଥ ସମନ୍ୱୟ ୟୁନିଟ୍‍ ସ୍ଥାନ ପାଇବ। ପ୍ରାୟ ୪୬ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏହା ମଧ୍ୟରେ ସାମିଲ କରିବା ପାଇଁ ୫୧୦ କୋଟି ୮୬ ଲକ୍ଷ ଟଙ୍କା ପାଞ୍ଚ ବର୍ଷ ଭିତରେ ଖର୍ଚ୍ଚ କରାଯିବ। ଏହି ଖର୍ଚ୍ଚର କିଛି ଅଂଶ ବହୁରାଷ୍ଟ୍ରୀୟ ସହାୟତା ଆକାରରେ ଆସିବ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories