www.samajalive.in
Tuesday, December 9, 2025
15.1 C
Bhubaneswar

୧ ଏପ୍ରିଲ, ୨୦୨୦ ଠାରୁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ବ୍ୟାପକ ସମ୍ମିଶ୍ରଣକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କକୁ ୪ଟି ବ୍ୟାଙ୍କରେ ବିଲୟ ସହିତ ବ୍ୟାପକ ବ୍ୟାଙ୍କ ସମ୍ମିଶ୍ରଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏଥିରେ ସାମିଲ ରହିଛି:-
୧. ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ବିଲୟ।
୨. କାନାରା ବ୍ୟାଙ୍କରେ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ।
୩. ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ବିଲୟ।
୪. ଇଣ୍ଡିଆନ ବ୍ୟାଙ୍କରେ ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ।

ଏହି ବିଲୟ ୧ ଏପ୍ରିଲ, ୨୦୨୦ ଠାରୁ ଲାଗୁ ହେବ ଏବଂ ଏହାର ପରିଣାମସ୍ୱରୂପ ରାଷ୍ଟ୍ରାୟତ କ୍ଷେତ୍ରର ୭ଟି ବଡ଼ ବ୍ୟାଙ୍କ ସୃଷ୍ଟି ହେବ। ପ୍ରତ୍ୟେକ ଏକୀକୃତ ବ୍ୟାଙ୍କରେ ୮୦ ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର ସହିତ ଏହାର ରାଷ୍ଟ୍ରୀୟ ପ୍ରସାର ମଧ୍ୟ ବିସ୍ତାରିତ ହେବ। ଏହି ବ୍ୟାପକ ବ୍ୟାଙ୍କ ସମ୍ମିଶ୍ରଣ ଫଳରେ ଭାରତୀୟ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ତୁଳନାତ୍ମକ କ୍ଷେତ୍ରରେ ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକ ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ହୋଇପାରିବେ। ଏହି ଏକୀକରଣ ଫଳରେ ବ୍ୟାପକ ପୁଞ୍ଜିଗତ ଲାଭ ବୃଦ୍ଧି ପାଇବ ଫଳରେ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଭାରତୀୟ ବ୍ୟାଙ୍କିଙ୍ଗ ପ୍ରଣାଳୀରେ ନିଜର ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ଏବଂ ସକାରାତ୍ମକ ପ୍ରଭାବକୁ ସମ୍ପ୍ରସାରିତ କରିପାରିବେ।

- Advertisement -

ଏହାବ୍ୟତୀତ ଏହି ବିଲୟ ଫଳରେ ବ୍ୟାଙ୍କଗୁଡ଼ିକରେ ବ୍ୟାପକ ପରିମାଣରେ ଋଣ ସହାୟତା ସହିତ ଆର୍ଥିକ କ୍ଷମତା ମାଧ୍ୟମରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପରିଚାଳନାକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ସମସ୍ତ ସମନ୍ୱିତ ବ୍ୟାଙ୍କରେ ସର୍ବୋତମ କାର୍ଯ୍ୟପ୍ରଣାଳିକୁ ଆପଣାଇବା ଫଳରେ ସେମାନଙ୍କ ପୁଞ୍ଜି ବିନିଯୋଗ ଦକ୍ଷତା ଓ ବିପତି ପରିଚାଳନାରେ ସୁଧାର ଆସିପାରିବ। ବ୍ୟାଙ୍କଗୁଡ଼ିକର ବ୍ୟାପକ ବିସ୍ତାର ଫଳରେ ଆର୍ଥିକ ସମାବେଶନ ଲକ୍ଷ୍ୟ
ମଧ୍ୟ ବୃଦ୍ଧି ପାଇବ।

ସମସ୍ତ ଏକୀକୃତ ବ୍ୟାଙ୍କରେ ଉନ୍ନତ ଜ୍ଞାନକୌଶଳକୁ ଆପଣାଇବା ଫଳରେ ବ୍ୟାପକ ଯୋଗ୍ୟ ସମୂହ ଏବଂ ଏକ ବଡ଼ ଡାଟା ବେସ ପର୍ଯ୍ୟନ୍ତ ପହଁଚ ସୁନିଶ୍ଚିତ ହେବ। ଏଥିସହିତ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଖୁବ ଦ୍ରୁତ ଗତିରେ ଡିଜିଟାଲ ହେଉଥିବା ବ୍ୟାଙ୍କିଙ୍ଗ ପରିଦୃଶ୍ୟରେ ବିଶ୍ଳେଷାତ୍ମକ କାର୍ଯ୍ୟକ୍ଷମତା ଦ୍ୱାରା ପ୍ରତିଦ୍ୱନ୍ଦ୍ୱିତାର ଲାଭ ନେବାର ସ୍ଥିତିରେ ରହିପାରିବେ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories