କ୍ୟାବିନେଟର ବୈଠକ ; ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ

0

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକରେ ମୋଟର ଯାନ ଆଇନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ସଂଶୋଧିତ ପ୍ରସ୍ତାବ ଅନୁସାରେ ଏଣିକି ସରକାର ୩ଟି ପର୍ଯ୍ୟାୟରେ ଟିକସ ସଂଗ୍ରହ କରିବେ । ୫ ଲକ୍ଷରୁ କମ୍‌ ମୂଲ୍ୟର  ନୂଆଗାଡ଼ି ଉପରେ ୬ ପ୍ରତିଶତ ଟିକସ ଲାଗିବ। ୫ରୁ ୧୦ ଲକ୍ଷ ମୂଲ୍ୟର ଗାଡ଼ି ଉପରେ ୮ ପ୍ରତିଶତ  ଟିକସ ଲାଗିବ। ସେହିପରି ୧୦ ଲକ୍ଷରୁ ଅଧିକ ଦାମ୍‌ର ଗାଡ଼ି ଉପରେ ୧୦ ପ୍ରତିଶତ ଟିକସ ଲାଗିବ। ଏସି ବସ ଟିକସରେ ସଂଶୋଧନ କରାଯିବ। ତେଣୁ ପୂର୍ବ ତୁଳନାରେ ଗାଡ଼ି କିଣିବା ସହଜ ହେବ। ଗ୍ରାହକ ଶସ୍ତାରେ ଗାଡ଼ି କିଣିପାରିବେ। ପୂର୍ବରୁ ୫ ପ୍ରକାର ଟିକସ ବ୍ୟବସ୍ଥା ଥିବା ବେଳେ ସଂଶୋଧିତ ପ୍ରସ୍ତାବ ଅନୁଯାୟୀ ୩ ପ୍ରକାର ଟିକସ ବ୍ୟବସ୍ଥା କରଯାଇଛି।

Leave A Reply