ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଗିରୀରାଜ ସିଂଙ୍କ ନେତୃତ୍ବରେ ସମ୍ବଲପୁରରେ ସିଏଏ ସମର୍ଥନରେ ଜନ ସଚେତନତା ରାଲି ହୋଇ ଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ସିଏଏ ସଚେତନତା ରାଲି ବାହାରି ସ୍ଥାନୀୟ ମୁନିସିପାଲିଟି ଛକ ନିକଟରେ ଥିବା ଗଙ୍ଗାଧର ମଣ୍ଡପରେ ପହଞ୍ଚିଥିଲା । ସମ୍ବଲପୁର ବାଲିବନ୍ଧା, ଭୁତାପଡା, ବୁଢ଼ାରଜା ଆଦି ସ୍ଥାନରୁ ରାଲି ବାହାରି ଗଙ୍ଗାଧର ମଣ୍ଡପ ପର୍ଯ୍ୟନ୍ତ ଆସିଥିଲା। ଏହା ପରେ ବିରାଟ ସାଧାରଣ ସଭାରେ ପ୍ରମୁଖ ନେତୃବୃନ୍ଦ ସିଏଏ ସପକ୍ଷରେ ନିଜ ନିଜ ମତ ରଖିଥିଲେ। କେନ୍ଦ୍ରମନ୍ତ୍ରୀ ଗିରୀରାଜ ସିଂଙ୍କ ସମେତ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, ବରଗଡ ସାଂସଦ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର ଏହି ରାଲିର ନେତୃତ୍ବ ନେଇଥିଲେ।
ଓଡିଶାରେ ରାଜ୍ୟ ସରକାର ସିଏଏକୁ ସମର୍ଥନ କରିଥିବା ବେଳେ ସମ୍ବଲପୁରରେ ଏଭଳି ଏକ ରାଲି ଓ ସାଧାରଣ ସଭାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ସିଏଏ ଅଭିମୁଖ୍ୟରେ ଓଡିଶା ସରକାରଙ୍କ ପ୍ରଶଂସା କରିଥିଲେ। ତେବେ ସାରା ଭାରତକୁ ସଚେତନ କରିବା ପାଇଁ ଏହି ସଭାର ଆୟୋଜନ କରାଯାଇଛି ବୋଲି ସେ କହିଥିଲେ।
ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରୀରାଜ ସିଂ; ସିଏଏକୁ ସମର୍ଥନ କରିଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା
Popular Categories



